ଓଡ଼ିଶାଲାଇଭ୍ ବ୍ୟୁରୋmatric exam

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ସାର୍ଟିଫିକେଟ୍ ପରୀକ୍ଷା। ତେବେ ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିସହ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ୍‌କୁ କଡ଼ାକଡ଼ି କରାଯାଇଛି। ଏନେଇ ବୋର୍ଡ ସଭାପତି ରାମାଶିଷ ହାଜ୍‌ରା ସୂଚନା ଦେଇଛନ୍ତି।

ଉଭୟ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ୩୦ ମିନିଟ୍ ବଦଳରେ ୨ ଘଣ୍ଟା ମିଳିବ। ସେହିପରି ପ୍ରତି ବିଷୟରେ ୧୦୦ ନମ୍ବର ବଦଳରେ ୮୦ ନମ୍ବର ରହିଥିବା ସୂଚନା ମିଳିଛି। ଏଥିମଧ୍ୟରେ ୫୦ ନମ୍ବରର ଅବ୍‌ଜେକ୍ଟିଭ୍ ଓ ୩୦ ନମ୍ବରର ସବ୍‌ଜେକ୍ଟିଭ୍ ପ୍ରଶ୍ନପତ୍ର ରହିଛି। ଏହାଦ୍ଵାରା କମ୍ପ୍ୟୁଟରରେ ଖାତା ଦେଖିବାକୁ ସୁବିଧା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।

ପୂର୍ବରୁ ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ମିଳୁଥିବା ବେଳେ ଚଳିତବର୍ଷ କୌଣସି ଅତିରିକ୍ତ ସମୟ ମିଳିବନି ବୋଲି ବୋର୍ଡ ସ୍ପଷ୍ଟ କରିଛି।

BGU

ଏବର୍ଷ ୨୨ ହଜାରରୁ ଉର୍ଦ୍ଧ ପିଲା ପରୀକ୍ଷା ଦେଉଛନ୍ତି। ସେହିପରି ୧୨ ହଜାରରୁ ଅଧିକ ପିଲା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଦେଉଛନ୍ତି। ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୫୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୮୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Comment