ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୫ରୁ ପୁଣି ବର୍ଷାରେ ଭିଜିବ ଓଡ଼ିଶା। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଲଗାତାର ତିନି ଦିନ ଧରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ରାଜ୍ୟରେ ସେଭଳି କୌଣସି ବର୍ଷା କିମ୍ବା ବଜ୍ରାପାତର ଆଶଙ୍କା ନାହିଁ। କେବଳ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଳ୍ପ  ଧରଣର ବର୍ଷା ହୋଇପାରେ। ହେଲେ ସେପ୍ଟେମ୍ବର ୨୫ରୁ ୨୭ ରାଜ୍ୟରେ ବର୍ଷା ସାଙ୍ଗକୁ ବଜ୍ରାପାତ ହେବ।

ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏହି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ହେଲେ ଆଗାମୀ ଦୁଇଦିନ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment