ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ ୮ ଆଇପିଏସ୍ ଅଫିସରକୁ ନୂଆ ପଦରେ ନିଯୁକ୍ତ କରାଯାଇଛି।

  • ୧୯୮୮ ମସିହା ଆଇପିଏସ ଅଫିସର ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ ଭାବେ ଦାୟିତ୍ୱ ଦିଆଯାଇଛି।
  • ପୂର୍ବରୁ ଏଡିଜି କମ୍ୟୁନିକେସନ ଦାୟିତ୍ୱରେ ଥିବା ଲଳିତ ଦାସଙ୍କୁ ଏଡିଜି ହେର୍ଡକ୍ୱାର୍ଟରର ଦାୟିତ୍ୱ ଦିଆଯାଇଛି।
  • ଆଇପିଏସ୍ ଅଫିସର ଯୋଶୱନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳାର ନୂଆ ଦାୟିତ୍ୱ ମିଳିଛି।
  • ପୂର୍ବରୁ ଏଡିଜି ହେର୍ଡକ୍ୱାର୍ଟର ଦାୟିତ୍ୱରେ ଥିବା ବିନୟତୋଷ ମିଶ୍ର SCRB ନିର୍ଦ୍ଦେଶକ ହୋଇଛନ୍ତି।
  • ୧୯୯୬ ମସିହା ଆଇପିଏସ୍ ଅଫିସର ସଂଜୟ ସିଂହ ଆଇଜି ଆଧୁନିକୀକରଣ ଦାୟିତ୍ୱ ସମ୍ଭାଳିବେ।
  • ଟୁଇନସିଟି ଅତିରିକ୍ତ କମିସନର ଭାବେ ରେଖା ଲୋହାନୀଙ୍କୁ ଦାୟିତ୍ୱ ଦିଆଯାଇଛି।
  • ରିତୁ ଅରୋରାଙ୍କୁ ଗୃହ ବିଭାଗର ଓଏସଡି ଓ ରାଜେଶ କୁମାରଙ୍କୁ ଆଇଜି ଏଫ୍ଏସଏଲ୍ ଭାବେ ନୂଆ ଦାୟିତ୍ୱ ମିଳିଛି।
  • ଢେଙ୍କାନାଳ ଏସପି ଅନୁପମା ଜେମସ ହେଲେ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି।

Comment