ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତର କୁଶଳ କୁଅଁର ଶର୍ମା, ଯାହାଙ୍କୁ ଦେଶ ବିଦେଶରେ ‘ଏଲିଫ୍ୟାଣ୍ଟ ଡକ୍ଟର’ ଭାବେ ସମସ୍ତେ ଜାଣନ୍ତି। କାରଣ ଜଙ୍ଗଲରେ ବୁଲି ହାତୀମାନଙ୍କର ଚିକିତ୍ସା କରିବା ତାଙ୍କର ପ୍ରଧାନ କାମ। ଏହି କାମ ଯୋଗୁଁ ସେ ବେଶ ପ୍ରଶଂସା ମଧ୍ୟ ପାଆନ୍ତି। ଏମିତି ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି। ସେ ଭାରତର ପ୍ରଥମ ପଶୁ ଡାକ୍ତର ଯିଏ ପଦ୍ମଶ୍ରୀରେ ସମ୍ମାନିତ ହୋଇଛନ୍ତି। ତେବେ ଏହି ‘ଏଲିଫ୍ୟାଣ୍ଟ ଡକ୍ଟର’ଙ୍କ ବିଷୟରେ ଆସନ୍ତୁ ଜାଣିବା।

ଦୀର୍ଘ ୩୫ ବର୍ଷ ଧରି ହାତୀମାନଙ୍କର ଯତ୍ନ ନେବା ଏବଂ ସେମାନଙ୍କ ଚିକିତ୍ସା କରିବାରେ ଡାକ୍ତର ଶର୍ମା ବିତାଇସାରିଲେଣି। ଉତ୍ତରପୂର୍ବରୁ ରାଜ୍ୟରୁ ଆରମ୍ଭ କରି ଇଣ୍ଡୋନେସିଆ ଯାଏଁ ବହୁ ଜଙ୍ଗଲରେ ସେ ହାତୀମାନଙ୍କ ଜୀବନ ରକ୍ଷା କରିଛନ୍ତି।

କେବଳ ଏତିକି ନୁହେଁ ଡାକ୍ତର ଶର୍ମା ହାତୀମାନଙ୍କ ଗତିବିଧିରୁ ସେମାନଙ୍କ ଭାଷା ବୁଝିପାରନ୍ତି। ସେମାନଙ୍କ ସହ ସାଙ୍କେତିକ ଭାଷାରେ କଥାବାର୍ତ୍ତା ମଧ୍ୟ କରନ୍ତି। ସେମାନଙ୍କୁ ଖାଦ୍ୟ ମଧ୍ୟ ଆଣି ଦିଅନ୍ତି।

ରିପୋର୍ଟ ଅନୁସାରେ ବନ୍ୟା ସମୟରେ ବିଶେଷ କରି କାଜିରଙ୍ଗା ନାସନାଲ ପାର୍କରେ ହାତୀଙ୍କ ସମେତ ବିଭିନ୍ନ ପ୍ରଜାତିର ପ୍ରାଣୀ ପ୍ରାଣ ହରାନ୍ତି। ସେ ସମୟରେ  ଗୌହାଟି ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟର ସର୍ଜରୀ ଏବଂ ରେଡିଓଲୋଜି ବିଭାଗରେ ଶିକ୍ଷାଦାନ କରୁଥିବା ପ୍ରଫେସର ଶର୍ମାଙ୍କର ଆବଶ୍ୟକତା ଅଧିକ ପଡ଼ିଥାଏ। ସେତେବେଳେ ସେ ନିଜ ପରିବାର ଛାଡ଼ି ହାତୀମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲକୁ ଚାଲି ଯାଆନ୍ତି।

ଡାକ୍ତର ଶର୍ମା ଆସାମ ବ୍ୟତୀତ ଗୁଜୁରାଟ, ରାଜସ୍ଥାନ ଭଳି ଅନେକ ରାଜ୍ୟରେ ହାତୀ ଚିକିତ୍ସା କରିବାକୁ ଯାଆନ୍ତି। ଏଥିସହ ସେ ନେପାଳ, ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆର ଜଙ୍ଗଲରୁ ଧରାଯାଇଥିବା ଶହ ଶହ ହାତୀର ଚିକିତ୍ସା କରିଛନ୍ତି। ହାତୀଙ୍କ ପ୍ରତି ଡାକ୍ତର ଶର୍ମାଙ୍କ ଭଲପାଇବା ପିଲାଟି ଦିନରୁ ଥିଲା। ଡାକ୍ତର ଶର୍ମାଙ୍କ ପିଲା ବେଳ ଆସାମରେ କଟିଥିଲା। ସେହି ସମୟରେ ତାଙ୍କ ଘରେ ଲାଖୀ ନାମକ ଏକ ହାତୀ ଥିଲା ଏବଂ ସେ ଅଧିକାଂଶ ସମୟ ହାତୀ ସହ ଖେଳୁଥିଲେ। ସେବେଠୁ ହିଁ ତାଙ୍କର ହାତୀଙ୍କ ପ୍ରତି ଦୁର୍ବଳତା ଆସିଥିଲା।

ଅନୁମାନ କରାଯାଏ ଯେ ଡାକ୍ତର ଶର୍ମା ବର୍ଷକୁ ଅତି କମରେ ଜଙ୍ଗଲି ହାତୀଙ୍କର ଚିକିତ୍ସା କରନ୍ତି।

Comment