ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ଭିଜିବ ଓଡ଼ିଶା। ଉତ୍ତର-ପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଏହି ସବୁ ଜିଲ୍ଲାମାନଙ୍କରେ ବର୍ଷା ସହିତ ବଜ୍ରାପାତ ହୋଇପାରେ। କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ। ତେଣୁ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
Weather Forecast & Warning:-
(Valid up to 0830 hrs IST of 03.10.2020) pic.twitter.com/q0w8Y36FaE— Meteorological Centre, Bhubaneswar (@mcbbsr) October 2, 2020
ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦୁଝର, ପୁରୀ, ଗଞ୍ଜାମ ଓ କନ୍ଧମାଳ। ଏଥିସହିତ ରାଜ୍ୟରେ ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି କୁହାଯାଇଛି।