ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରାଯାଇଛି। ବୁଧବାର ଭୁବନେଶ୍ୱର ଆରିଟିଓ ୨ ‘ନିୟୁ ରାଜଧାନୀ’ ନାମକ ଏକ ଯାତ୍ରୀବାହୀ ବସ୍‌କୁ ଏହି ଜରିମାନା କରିଛି।

ବସ୍‌ଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା। OD10 F0409 ନମ୍ବର ଥିବା ଏହି ବସ୍‌ଟି ୨୦୧୯, ମେ’ରୁ ଏଯାଏଁ ଏମ୍‌ଭି ଟ୍ୟାକ୍ସ (Motor vehicle tax) ଦେଇନଥିବାରୁ ଆରଟିଓ ମୋଟା ଅଙ୍କର ଜରିମାନା କରିଥିବା ସୂଚନା ମିଳିଛି।

ଏଥସହିତ ବସ୍‌ଟିର ବୈଧ ଷ୍ଟେଜ୍‌ କ୍ୟାରେଜ ପରିମିଟ ମଧ୍ୟ ନଥିବା ଜଣାପଡ଼ିଛି।

Comment