ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିକାଶ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଥିବାରୁ ପୁରୀ ଗସ୍ତ କରି ପଲିଟିକାଲ ମାଇଲେଜ୍‌ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରିଛନ୍ତି ବୋଲି କହିଛନ୍ତି ସୁର।

‘‘ଗତ ୧୫ ବର୍ଷ ହେଲା  ତିର୍ତ୍ତୋଲ ଓ ବାଲେଶ୍ୱରରେ ଉନ୍ନତିମୂଳକ କାର୍ଯ୍ୟ ହୋଇନି। ଯାହା ବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଏଥର ନିର୍ବାଚନ ଲଢ଼ିବ’’, କହିଛନ୍ତି ସୁର ରାଉତରରାୟ

ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିବାକୁ ଶନିବାର ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରିଥିଲେ।  ଶ୍ରୀମନ୍ଦିର ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ଉନ୍ନତିକରଣ କାର୍ଯ୍ୟ କିପରି ଚାଲୁ ରହିଛି ସେନେଇ ପଚାରି ବୁଝିଥିଲେ।

Comment