ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଦୁଇଟି ଉପନିର୍ବାଚନକୁ ଅଳ୍ପ କେଇଟା ଦିନ ରହିଛି। ତେଣୁ ୩ଟି ଯାକ ଦଳ ପ୍ରଚାରରେ ମାତିଛନ୍ତି। ଏବେ ଏହି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଅକ୍ଟୋବର ୨୩ ତାରିଖରେ ତିର୍ତ୍ତୋଲରେ ଓ ୨୪ ତାରିଖରେ ବାଲେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ। ଉଭୟ ସ୍ଥାନରେ ରୋଡ ସୋ’ ସହିତ ସଭା କରି ଭୋଟରଙ୍କୁ ଆକୃଷ୍ଟ କରିବେ ଧର୍ମେନ୍ଦ୍ର।ଧର୍ମେନ୍ଦ୍ରଙ୍କ ସହିତ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାରରେ ଯୋଗ ଦେବେ।

ଆସନ୍ତା ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

Comment