ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କ୍ରିକେଟ ପଡ଼ିଆରେ କୋଟି କୋଟି ଦର୍ଶକଙ୍କ ମନ ଜିତିଛନ୍ତି ଭାରତୀୟ କ୍ରିକେଟର ଇରଫାନ ପଠାନ। କ୍ରିକେଟରୁ ଅବସର ନେବା ପରେ ଏବେ ସେ ଅଭିନୟ ଦୁନିଆରେ ଡେବ୍ୟୁ କରିଛନ୍ତି। ତାମିଲ୍ ଫିଲ୍ମ ‘କୋବ୍ରା’‌ରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଇରଫାନଙ୍କ ପ୍ରଥମ ଲୁକ୍‌ ବି ସାମ୍ନାକୁ ଆସିସାରିଲାଣି। ଅକ୍ଟୋବର ୨୭ରେ ଇରଫାନଙ୍କ ଜନ୍ମଦିନରେ ଫିଲ୍ମ ନିର୍ମାତା ତାଙ୍କର ଫାଷ୍ଟ ଲୁକ୍‌ ଜାରି କରିଛନ୍ତି।

ଜଣେ ଇଣ୍ଟ‌ରପୋଲ୍‌ ଅଧିକାରୀ ଅସ୍‌ଲାନ୍‌ ୟିଲ୍‌ମାଜ ଚରିତ୍ରରେ ଅଭିନୟ କରିବେ ଇରଫାନ। ତାମିଲ୍ ସୁପରଷ୍ଟାର ବିକ୍ରମ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

ଫିଲ୍ମର ସୁଟିଂ ଏବେ ଚାଲୁ ରହିଛି। ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ଗନନମୁଥୁ। ଫିଲ୍ମର ନିର୍ମାତା ହେଲେ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓ। ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଏ.ଆର୍.ରେହେମାନ୍। ୨୦୨୧ରେ ଫିଲ୍ମଟି ରିଲିଜ ହେବ ବୋଲି ଜଣାପଡ଼ିଛି।

Comment