ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ାଉ କରିଛି। ଡ୍ରଗ୍ସ ଲିଙ୍କ୍ ମାମଲାରେ ଅର୍ଜୁନଙ୍କ ମୁମ୍ବାଇସ୍ଥିତ ଘରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ଗତମାସରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲାଙ୍କ ଭାଇଙ୍କୁ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନ୍‌ସିବି ଗିରଫ କରିଥିଲା। ସେତେବେଳେ ତାଙ୍କ ପାଖରୁ ନାର୍କୋଟିକ୍ସ ପକ୍ଷରୁ ବ୍ୟାନ୍ ହୋଇଥିବା ନିଶା ଦ୍ରବ୍ୟ ମିଳିଥିଲା।ଅନ୍ୟପଟେ ରବିବାର ବଲିଉଡ ପ୍ରଯୋଜକ ଫିରୋଜ ନାଦିଆଦଓ୍ଵାଲାଙ୍କ ଘରେ ମଧ୍ୟ ଏନ୍‌ସିବି ଚଢ଼ାଉ କରିଛି। ଫିରୋଜଙ୍କ ଘରୁ ଏନ୍‌ସିବି କିଛି ଡ୍ରଗ୍ସ ଜବତ କରିଛି। ଏହି ଘଟଣାରେ ଫିରୋଜଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଥିବା ସୂଚନା ମିଳିଛି।

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଡ୍ରଗ୍ସ ଲିଙ୍କ୍ ମାମଲା ସାମ୍ନାକୁ ଆସିଥିଲା। ଏହାପରେ ଏନ୍‌ସିବି ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏଯାବତ୍ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁରଙ୍କ ପରି ବହୁ ବଡ଼ ବଡ଼ ସେଲିବ୍ରିଟି ଡ୍ରଗ୍ସ କାରବାର ନେଇ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇସାରିଛନ୍ତି।

ଏଥିସହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସମେତ ପ୍ରାୟ ୨୩ ଜଣଙ୍କୁ ଏନ୍‌ସିବି ଗିରଫ କରିସାରିଛି। ରିୟା ୨୮ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହି ଜାମିନରେ ଆସିଥିବା ବେଳେ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏବେ ବି ହାଜତରେ ଅଛନ୍ତି।

Comment