ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଗୁରୁବାର ଗୃହରେ ବିବୃତି ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ନୟାଗଡ଼ ପରୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ଏହି ମୃତ୍ୟୁ ଘଟଣା ତାଙ୍କୁ ବ୍ୟଥିତ କରିଛି ଏବଂ ଏଥିପାଇଁ ସେ ମର୍ମାହତ ଥିବା ଗୁରୁବାର ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀଙ୍କ ବିବୃତି ବେଳେ ବିରେଧୀମାନେ ଗୃହରେ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

“ପରୀ ମୃତ୍ୟୁ ଘଟଣା ମତେ ବ୍ୟଥିତ କରିଛି, ଏଥିପାଇଁ ମୁଁ ମର୍ମାହତ। ଘଟଣାରେ ଯିଏ ବି ଜଡ଼ିତ ଥାଆନ୍ତୁ, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ। ମୋ ରାଜନୀତିକ ଜୀବନରେ ମୁଁ ହିଂସାକୁ ବିରୋଧ କରେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ଵାଗତ କରୁଛି” କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

ନୟାଗଡ଼ ପରୀ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନକୁ ରାଜନୀତି ତେଜିବାରେ ଲାଗିଛି। କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ହତ୍ୟା ସହ ପରୋକ୍ଷରେ ସଂପୃକ୍ତି ଥିବା ନେଇ ପରୀର ମା, ବାପା ଅଭିଯୋଗ କରିବାପରେ ମନ୍ତ୍ରୀଙ୍କ ଇସ୍ତଫା ନେଇ ଦାବି ଜୋର ଧରିଛି। ଯାହାକୁ ନେଇ ଗୁରୁବାର ଗୃହରେ ବିରୋଧୀମାନେ ମନ୍ତ୍ରୀଙ୍କ ବିରୋଧରେ ହଟ୍ଟଗୋଳ କରିଛନ୍ତି। ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ବାଚସ୍ପତି ପ୍ରଥମେ ୧୦ ମିନିଟ ପାଇଁ ଗୃହକାର୍ୟ୍ୟକୁ ବନ୍ଦ ରଖିଥିଲେ। ଏହାବାଦ୍‌ ବି ସ୍ଥିତି ସ୍ଵବାବିକ ନ ହେବାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା।

ତେବେ ଏତେସବୁ ଘଟଣା ପରେ ବି ମନ୍ତ୍ରୀ ଅରୁଣ ସାହୁ କଣ ପାଇଁ ଉତ୍ତର ରଖୁନାହାନ୍ତି ବୋଲି ବିରୋଧୀମାନେ ଅଭିଯୋଗ କରିଥିଲେ। ଏହାପରେ ଗୁରୁବାର ମନ୍ତ୍ରୀ ପରୀ ମୃତ୍ୟୁ ଘଟଣାକୁ ନେଇ ଗୃହରେ ନିଜର ବିବୃତି ରଖିଛନ୍ତି। ଏହି ସମୟରେ ମଧ୍ୟ ବିରୋଧୀମାନେ ଗୃହରେ ହୋହଲ୍ଲା କରିବାରୁ ବାଚସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି।

Comment