ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣ କମି ଆସୁଥିଲା ବେଳେ ଏବେ ପୁଣି ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି ବ୍ରିଟେନ ଫେରନ୍ତା। ଓଡ଼ିଶା ଆସିବା ପରେ ସେମାନଙ୍କ ଠିକଣା ମିଳୁନଥିବାରୁ ସେମାନଙ୍କ ନିଜ ଆଡ଼ୁ ତଥ୍ୟ ଦେବାକୁ ରାଜ୍ୟ ସରକାର ସେମାନଙ୍କୁ ନିବେଦନ କରିଛନ୍ତି।

ବ୍ରିଟେନରୁ ଫେରିଥିଲେ ଭୟ କରିବାର କିଛି ନାହିଁ। ନିଜ ଆଡ଼ୁ ସରକାରଙ୍କ ତଥ୍ୟ ଦିଅନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି।

ବ୍ରିଟେନରେ ଏବେ କରୋନାର ଏକ ନୂଆ ପ୍ରଜାତି ଭାଇରସ ଆତଙ୍କ ଖେଳାଇଛି। ଏହି ଭାଇରସ ପୂର୍ବ ଅପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇଥିବାରୁ ସଭିଁଙ୍କ ମନରେ ଛକନା ସୃଷ୍ଟି କରିଛି। ଏପରିସ୍ଥଳରେ ନଭେମ୍ବର ୩୦ ତାରିଖ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ୧୮ଟି ଜିଲ୍ଲାରୁ ଲଣ୍ଡନରୁ ୧୮୧ଜଣ ଯାତ୍ରୀ ଓଡ଼ିଶାକୁ ଫେରିଛନ୍ତି। ୧୧୯ ଜଣଙ୍କ ସମ୍ପର୍କରେ ଜଣାପଡ଼ିଥିଲା ବେଳେ ଏବେ ସେମାନଙ୍କର ପରୀକ୍ଷଣ କରାଯାଇଛି। ବ୍ରିଟେନରୁ ଫେରିଥିବା ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ ବାକି ୬୨ଜଣ ଭୁଲ୍ ନମ୍ବର ଓ ଠିକଣା ଦେଇଥିବାରୁ ସେମାନଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ସରକାରଙ୍କ ଚିନ୍ତା ବଢ଼ାଇଛି।

ସେହିପରି ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ସବୁଠୁ ଅଧିକ ଲୋକ ଭୁବନେଶ୍ୱରରୁ ଅଛନ୍ତି। ବିଏମସି ଏବେ ସେମାନଙ୍କୁ ଖୋଜିବା ଆରମ୍ଭ କରି ଦେଇଛି।

Comment