ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଡ଼ ପରଦାରେ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଥିବା ସିଦ୍ଧାନ୍ତ ମହାପାତ୍ର ଟେଲି ଧାରାବାହିକକୁ ଫେରିଛନ୍ତି। ଆଜିଠାରୁ ଜି ସାର୍ଥକରେ ତାଙ୍କ ଅଭିନୀତ ସିରିଏଲ ‘କେମିତି କହିବି କହ’ ପ୍ରସାରଣ ହେବାକୁ ଯାଉଛି। ଏହି ସିରିଲ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେବ ବୋଲି ଆଶା କରାଯାଉଛି।

ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି ଧାରାବାହିକର ନିର୍ଦ୍ଦେଶନା ଦେଇଥିବା ବେଳେ ସ୍ୱର ସଂଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଗୁଡଲି ରଥ। ସେହିପରି ସୀତାଂଶୁ ମହାପାତ୍ର କ୍ୟାମେରା ପରିଚାଳନା କରୁଛନ୍ତି। ପ୍ରଥମ କରି ଏହି ଧାରାବାହିକରେ ଏକ ହେଲିକପ୍ଟର ବ୍ୟବହାର କରାଯାଇଛି। ସିଦ୍ଧାନ୍ତ ଓ ସୁପ୍ରିୟାଙ୍କ ବ୍ୟତୀତ ‘କେମିତି କହିବି କହ’ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ କିଛି ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସବୁଠୁ ଖାସ କଥା ଏହି ସିରିଏଲରେ ସିଦ୍ଧାନ୍ତଙ୍କ ଅପୋଜିଟରେ ନଜର ଆସିବେ ଓଲିଉଡ ନାୟିକା ସୁପ୍ରିୟା।

ଏହି ଧାରାବାହିକ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ଆଉ କେତେକ ଧାରାବାହିକରେ ମଧ୍ୟ ନଜର ଆସିଥିଲେ। ଚୋରାବାଲି, ବିଧାତାର ଖେଳ, ସକାଳର ଅପେକ୍ଷାରେ ଧାରାବାହିକରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା।

Comment