ଓଡ଼ିଶାଲାଇଭ ବ୍ୟୁରୋ

ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭା ବିଜେଟ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବେ।

ଏହାପରେ ଫେବ୍ରୁଆରି ୨୨ରେ ବର୍ଷ ୨୦୨୧ – ୨୨ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନକାଳ ଅନଲାଇନରେ ହେବ।

ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିପାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ମନ୍ତ୍ରୀ ସେହି ଅନଲାଇନରେ ଦେବେ। ବିଧାନସଭାକୁ ପେପରଲେସ୍‌ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଦୁଇଟି ପର୍ଯ୍ୟାୟରେ ଅଧିବେଶନ ବସିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୮ରୁ ୨୭ ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏଁ ଚାଲିବ। ମାର୍ଚ୍ଚ ୩୧ରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌।

Comment