ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଥିବା ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ଫେବ୍ରୁଆରି ୮ ତାରିଖରୁ ଖୋଲିବ। ଦୀର୍ଘ ୧୦ ମାସ ପରେ ସ୍କୁଲ ଯାଇ ପିଲା ପାଠ ପଢ଼ିବେ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫେବ୍ରୁଆରି ୮ରୁ ଏପ୍ରିଲ ୩୦ ଯାଏ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଏହି ପିଲାଙ୍କର ରବିବାର କ୍ଲାସ ହେବନି। ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏଁ ସ୍କୁଲ ଆସିବେ। ମାତ୍ର ୩ଟି ପିରିୟଡରେ ପିଲାଙ୍କୁ ପଢ଼ାଯିବ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲାଙ୍କ ଗୋଟିଏ ୟୁନିଟ ଟେଷ୍ଟ ହେବ। ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ। ଦଶମ ଓ ଦ୍ୱାଦଶ ପିଲାଙ୍କର ଏଣିକି ୧୧ଟାରୁ ୪ଟା ଯାଏଁ କ୍ଲାସ ଚାଲିବ।

Comment