ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ହେବାକୁ ଥିବା ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପରୁ ମୋଦୀଙ୍କ ପୋଷ୍ଟର ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିସନର ସୁନୀଲ ଆରୋରା। ୭୨ ଘଣ୍ଟା ମଧ୍ୟମରେ ସମସ୍ତ ପୋଷ୍ଟର ହଟାଇବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ କୁହାଯାଇଛି।

କେରଳ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ ଓ ପୁଡ଼ୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ମାର୍ଚ୍ଚ ୨୭ ରୁ ଆରମ୍ଭ ହେବ ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରିସାରିଲେଣି। ଏହିସବୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯାଇଛି। ଏହାକୁ ନଜରରେ ରଖି ସମସ୍ତ ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଇସିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Comment