ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଗାଇଡଲାଇନ ଜାରି କରାଯାଉଛି। ପୁଣି ଆଉ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଛତିଶଗଡ଼କୁ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏଥିସହ ଏପ୍ରିଲ ୧୦ରୁ ୩୦ ପର୍ଯ୍ୟନ୍ତ ପରିବହନ ସେବା ବନ୍ଦ ରଖିବାକୁ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୀମାରେ ଚେକ୍‌ପୋଷ୍ଟଗୁଡ଼ିକ କଡ଼ାକଡ଼ି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛତିଶଗଡ଼ରୁ ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ସାଙ୍ଗରେ ନେଗେଟିଭ୍ ରିପୋର୍ଟ ନେଇ ଆସିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ନନେଇ ଆସୁଛନ୍ତି, ତେବେ ସେମାନେ ୭ଦିନ କ୍ୱାରେଣ୍ଟାଇନରେ ରହିବେ। ଏପ୍ରିଲ ୧୦ରୁ ଛତିଶଗଡ଼କୁ ଯାଉଥିବା ଓ ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ ବନ୍ଦ ରହିବ। ଏନେଇ ରେଳବିଭାଗ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି।

ଛତିଶଗଡ଼ରେ କରୋନା ସଂକ୍ରମଣର ମାତ୍ରା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପଡୋଶୀ ରାଜ୍ୟ ହୋଇଥିବାରୁ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଦେଖା ଦେଇଛି। ତେଣୁ ଓଡ଼ିଶାରେ ଛତିଶଗଡ଼ର ପରିସ୍ଥିତି ଯେଭଳି ନହୁଏ, ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

Comment