ଓଡ଼ିଶାଲାଇଭ୍ ବ୍ୟୁରୋ

ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଜୁନ୍ ୩୦ ତାରିଖରୁ ସମଗ୍ର ରାଜ୍ୟରେ ନ୍ୟୁମୋକୋକଲ କଞ୍ଜୁଗେଟ ଭାକ୍ସିନ ବା ପିସିଭି ଦିଆଯିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ରବିବାର ଦିନ ଭର୍ଚୁଆଲ ମୋଡ୍‌ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।ଏହି ଟିକା ମୁଖ୍ୟତଃ ଶିଶୁମାନଙ୍କୁ ଦିଆଯାଇଥାଏ। ନିମୋନିଆଠାରୁ ଆରମ୍ଭ କରି ମେନିନଜାଇଟିସ ଓ ସେପ୍ଟିସେମିଆ ପର୍ଯ୍ୟନ୍ତ ସମସ୍ତ ପ୍ରକାର ରୋଗର ପ୍ରତିରୋଧକ ଭାବେ ଏହା କାମ କରିବ।

ଏହିଭଳି ଟିକା ଦେଶରେ ପ୍ରଥମ ଥର ପାଇଁ ଦିଆଯାଉଛି। କେନ୍ଦ୍ର ସରକାର ଏହି ଟିକାରୁ ୨୪୦ ଲକ୍ଷ ଡୋଜ୍ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ନିଷ୍ପତ୍ତି ଅନୁଯାୟୀ ସବୁ ରାଜ୍ୟକୁ ଏହି ଟିକା ଯୋଗାଇ ଦିଆଯାଇଛି।ଓଡ଼ିଶାରେ ବାର୍ଷିକ ୮ ଲକ୍ଷ ଶିଶୁଙ୍କୁ ଏହି ଟିକା ଦିଆଯିବ। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓ ତଥା ନଗର ନିଗମ କମିସନରମାନଙ୍କୁ ଚିଠି ଲେଖି ଏହି ଟିକାକରଣ ପାଇଁ ଏକ ଏସଓପି ଜାରି କରିଛନ୍ତି।

Comment