ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଲୋକଙ୍କୁ ନାହିଁନଥିବା ହଇରାଣ ହରକତ ହେବାକୁ ପଡ଼ୁଛି। ସକାଳ ୧୦ ପରେ ଘରୁ ବାହାରିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି। ଏ ପଟେ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିପାରିବ ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନରୁ ଜଣାପଡ଼ିଛି। ହିଟ୍ ଓ୍ଵେଭ ନେଇ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ସତର୍କତା ଜାରି କରାଯାଇଛି।

ତାପମାତ୍ରା ନେଇ ରାଜ୍ୟର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ଼ ଏବଂ ଖୋର୍ଦ୍ଧା। ଆସନ୍ତା ଏପ୍ରିଲ ୨୭ ତାରିଖରେ ବଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟବାସୀଙ୍କୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହ ଶିଶୁ, ବୟସ୍କ ଏବଂ ରୋଗୀଙ୍କୁ ସାବଧାନ ରହିବାକୁ କୁହାଯାଇଛି। କୌଣସି ଜାରୁରୀ କାମରେ ବାହାରକୁ ଗଲେ ସାଙ୍ଗରେ ପାଣି ବୋତଲ ଏବଂ ଛତା ନେଇ ଯିବାକୁ ପରାମର୍ଶ ରହିଛି।

Tags: #HeatWave #Summer #Odisha

Comment