ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖ ଦିନ ପାଳନ କରାଯାଏ ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସେଚତନତା କରିବା ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଉଛି। ଅଲଜାଇମର ରୋଗ ହେଉଛି ସବୁଠାରୁ ସାଧାରଣ ପ୍ରକାରର ଡିମେନସିଆ। ଅଲଜାଇମର ରୋଗ ମସ୍ତିଷ୍କର କୋଷଗୁଡ଼ିକୁ ନଷ୍ଟ କରିଦେଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିର ସ୍ମୃତି ଶକ୍ତି ହ୍ରାସ ହୁଏ, ବାରମ୍ବାର ଭୁଲିଯିବା, କୌଣସି ନିଷ୍ପତ୍ତି ନେବାରେ ଅସୁବିଧା ହେବା ଏବଂ ମନ ପରିବର୍ତ୍ତନ ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ଅଲଜାଇମର ରୋଗରେ ପୀଡ଼ିତ ବ୍ୟକ୍ତି ଛୋଟ ଛୋଟ ଜିନିଷ ଭୁଲିଯିବା ସ୍ଵାଭାବିକ। ସେମାନଙ୍କ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ଏହି ରୋଗର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା କେମିତି କରିବେ ସେ ନେଇ ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଆକାଶ ଗୁପ୍ତା କ’ଣ କହୁଛନ୍ତି, ଆନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Alzheimer #WorldAlzheimerDay #AlzheimersDisease #Dementia #Treatment #DrAkashGupta

Comment