ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡନୀ। ଶରୀରର ବିଭିନ୍ନ ଅଙ୍ଗକୁ ଏହା ସନ୍ତୁଳିତ କରିବାରେ ସହାୟକ ହୋଇଥାଏ। ବିଭିନ୍ନ କାରଣରୁ କିଡନୀଜନିତ ରୋଗ ଦେଖାଦେବା ସହ କିଡନୀ ଫେଲ୍ୟୁଅର ଭଳି ସମସ୍ୟା ଦେଖାଦେଇଥାଏ।

କିଡନୀ ଫେଲ୍ୟୁଅରର ମୁଖ୍ୟ କାରଣ ଇବେଟିସ, ଉଚ୍ଚ ରକ୍ତଚାପ, ନେଫ୍ରାଇଟିସ ବୋଲି କୁହନ୍ତି କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ରଥ। ଏହାର ଅନେକ କାରଣ ରହିଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହା ବଂଶଗତ ବୋଲି ମଧ୍ୟ ଡାକ୍ତର କୁହନ୍ତି।

କିଡନୀ ଆମ ଶରୀରରେ ଫିଲଟର ଭଳି କାମ କରିଥାଏ। ଶରୀରରେ ଥିବା ସମସ୍ତ ବର୍ଜ୍ୟବସ୍ତୁକୁ କିଡନୀ ସଫା କରିଥାଏ। ତେବେ କାହିଁକି କିଡନୀ ଫେଲ୍ୟୁଅର ହୁଏ? ଏହାର କାରଣ କ’ଣ ରହିଛି? କେମିତି କିଡନୀ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନିବା ଏବଂ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା? ଏନେଇ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ନିଶିଥ କୁମାର ମହାନ୍ତି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #KidneyDisease #Symptoms #OdiaHealthTips #KidneyCare

Comment