ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଥାଲାସେମିଆ ଦିବସ। ପ୍ରତି ବର୍ଷ ମେ’ ମାସ ୮ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସେମିଆର କାରଣ ଓ ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।

୧୯୯୪ ମସିହାରେ ଥାଲାସେମିଆ ଇଣ୍ଟରନ୍ୟାସନାଲ ଫେଡରେସନ ଦ୍ଵାରା ପ୍ରଥମେ ଥାଲାସେମିଆ ଦିବସ ପାଳନ କରାଯାଇଥିଲା। ୧୯୮୬ ମସିହାରେ ଥାଲାସେମିଆ ଇଣ୍ଟରନ୍ୟାସନାଲ ଫେଡେରେସନର ସ୍ଥାପନ କରାଯାଇଥିଲା।

ଥାଲାସେମିଆ ହେଉଛି ରକ୍ତବିକାର ସମସ୍ୟା। ଏହା ଏକ ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାମାନଙ୍କୁ ବ୍ୟାପିଥାଏ। ଏହି ରୋଗକୁ ଠିକ୍‌ ସମୟରେ ଚିହ୍ନିବା ଓ ଚିକିତ୍ସା କରିବା ନିହାତି ଆବଶ୍ୟକ।

ଥାଲାସେମିଆ ରୋଗକୁ ରୋକିହେବ କି? କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେନେଇ ବିଶିଷ୍ଟ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ହେମଲତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Thalassemia # Treatment #SymptomsofThalassemia #WorldThalassemiaDay #OdiaHealthTips

Comment