ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି କଲବଲ କରିଛି ଅସହ୍ୟ ଖରା। ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୭ ଡିଗ୍ରୀ ଟପିଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ଦିନର ତାପମାତ୍ରା ଆହୁରି ବଢ଼ିବା ନେଇ ଆକଳ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବୌଦ୍ଧ, ସମ୍ବଲପୁର ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୨ ଡିଗ୍ରୀ ଟପିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ସୁନ୍ଦରଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣାରେ ତାପମାତ୍ରା ୪୧ ଡିଗ୍ରୀ ଟପିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

ସକାଳ ୮ଟାରୁ ଅସହ୍ୟ ଖରା ଅନୁଭୂତ ହେଉଛି। ସୋମବାର ଦିନ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହା ପରେ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଉରକେଲା, ଅନୁଗୁଳ, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ଜଗତସିଂହପୁର, ଚାନ୍ଦବାଲି, ଟିଟିଲାଗଡ଼, ସମ୍ବଲପୁର, ନୟାଗଡ଼ ଏବଂ କେନ୍ଦ୍ରାପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

Tags: #Weather #WeatherUpdates #HeatWave

Comment