ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମଙ୍ଗଳବାର ଦିନ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ। ବିମାନବନ୍ଦରରୁ ରାଷ୍ଟ୍ରପତି ରାଜଭବନ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ମୁତୟନ ହେବେ ୩୬ ପ୍ଲାଟୁନ ଫୋର୍ସ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ ୧୨ ଜଣ ଆଡିସନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର ଓ ୧୨୦ ଜଣ ସବଇନ୍ସପେକ୍ଟର। ଟ୍ରାଫିକ ପରିଚାଳନା ପାଇଁ ସ୍ଵତନ୍ତ୍ର ଭାବେ ୧୬୦ ଟ୍ରାଫିକ୍ କର୍ମଚାରୀ ଏବଂ ୧୫୦ ହୋମଗାର୍ଡ ମଧ୍ୟ ମୁତୟନ ହେବେ। କାର୍କେଡରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ମୁତୟନ ରହିବେ। ରାଷ୍ଟ୍ରପତି ଯୋଗାଦେବାକୁ ଥିବା ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୋମବାର ଦିନ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

ଜୁଲାଇ ୨୬ ତାରିଖରେ ରାଷ୍ଟ୍ରପତି କଟକ ଗସ୍ତରେ ଯିବେ। କଟକ ଚଣ୍ଡିମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ  ଉତ୍କଳଗୌର ମଧୁସୂଚଦନ ଦାସଙ୍କ ବାଭବନନ ଏବଂ ନେତାଜୀଙ୍କ ଜନ୍ମସ୍ଥାସନ ସଂଗ୍ରହାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ କଟିକସ୍ଥିତ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ ସମାରୋହ ଓ ଜାତୀୟ ଆଇ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜୁଲାଇ ୨୭ରେ ଭୁବନେଶ୍ଵରସ୍ଥିତ ତମାଣ୍ଡୋର ଦଶବାଟିଆଠାରେ ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦ୍ରର ଲାଇଟ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ବାଲିଆପାଳଠାରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୋମବାର ଦିନ କଟକ ଏବଂ ଭୁବନେଶ୍ୱରରେ କାରକେଡ ରିହର୍ସଲ କରାଯାଇଛି।

Tags: #PresidentOfIndia #DroupadiMurmu #OdishaVisit #SecuritySystemForPresidentsVisit

Comment