ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ଖାଦ୍ୟ ହେଉ କିମ୍ବା ମେଡିସିନ୍, ଆମେ ଯାହା ବି ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ।

ଲିଭର ପ୍ରୋଟିନ୍ ତିଆରି କରେ। ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଲିଭର ବଢ଼ାଇଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।

ତେବେ କେମିତି ସୁସ୍ଥ ରହିବ ଲିଭର? ଏ ନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #LiverProblem #HealthyLiver #WorldHepatitisDay #Treatment #DoctorsAdvise #OdiaHealthTips

Comment