ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟପ୍ଲସ ବ୍ୟୁରୋ

ହେପାଟାଇଟିସ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଉଛି। ଏହି ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ରହିଛି।

ଭାରତରେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ହେପାଟାଇଟିସ୍ ଅନ୍ୟତମ। ଏହା ଲିଭର ବା ଯକୃତରେ ହେଉଥିବା ଏକ ପ୍ରକାର ସଂକ୍ରମଣ, ଯାହାକି ହେପାଟାଇଟିସ୍ ଭାଇରସ ଯୋଗୁଁ ହୋଇଥାଏ।

ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ହେପାଟାଇଟିସ୍‌ ଫିବ୍ରୋସିସ କିମ୍ବା ଯକୃତ କର୍କଟ ଭଳି ଗୁରୁତର ରୋଗର ରୂପ ନେଇପାରେ। ତେବେ ହେପାଟାଇଟିସ୍‌ ରୋଗର କାରଣ ଓ ଏହା କେତେ ଘାତକ ହୋଇପାରେ? ସେ ବିଷୟରେ ବିଶିଷ୍ଟ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Hepatitis #WorldHepatitisDay #Treatment #DoctorsAdvise #OdiaHealthTips

Comment