ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ସମ୍ଭବ ନୁହେଁ। ବିଭିନ୍ନ କାରଣରୁ ଲିଭର ଜନିତ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ପ୍ରଥମେ ଲିଭରକୁ ସୁସ୍ଥ ରଖିବାକୁ ପଡ଼ିବ। ସୁସ୍ଥ ଲିଭର ପାଇଁ ଖାଦ୍ୟ ଏବଂ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ।

ବର୍ତ୍ତମାନର ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ବିଭିନ୍ନ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ଏହି କାରଣରୁ ଲିଭର ଜନିତ ରୋଗ ସୃଷ୍ଟି ହୋଇଥାଏ।

ଲିଭର ସୁସ୍ଥ ରହିଲେ ଲିଭର ସିରୋସିସ୍, ଫ୍ୟାଟି ଲିଭର ଭଳି ଜଟିଳ ସମସ୍ୟାକୁ ଏଡ଼ାଇ ହୋଇପାରିବ। ଲିଭରକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବେ ଏବଂ କ’ଣ ଖାଇବେ ନାହିଁ? ସେ ନେଇ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Liver #WorldLiverDay #HealthyLiver #LiverDisease #OdiaHealthTips

Comment