ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ହେୟାର ଫ୍ୟାସନ ଓ ବିୟୁଟି ୱେଲନେସ ପ୍ରଶିକ୍ଷଣର ସୁଯୋଗ ଆଣିଛି ଭୁବନେଶ୍ଵର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟର। ଏଠାରେ ଯୁକ୍ତ ୨ କିମ୍ବା ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ବିଶ୍ଵ ଦକ୍ଷତା କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ଏକ ବର୍ଷ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏହି ସମୟରେ ପ୍ରାର୍ଥୀମାନେ ପେଡ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ମଧ୍ୟ ପାଇବେ।

୨୦୨୩ ସେପ୍ଟେମ୍ବର ମାସରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଏବେ ଆବେଦନ ଗ୍ରହଣ ଜାରି ରହିଛି। ଅଗଷ୍ଟ ୧୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବାକୁଥିବା ପାଠ୍ୟକ୍ରମ

  • ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ
    • ହେୟାର ଫ୍ୟାସନ ଓ ଡିଜାଇନ
    • ବିୟୁଟି ୱେଲନେସ ଓ ସ୍ପା
  • ଯୋଗ୍ୟତା
    • ପ୍ରାର୍ଥୀମାନେ ଯେକୌଣସି ଶିକ୍ଷା ଅନୁଷ୍ଠାନରୁ ଯୁକ୍ତ ୨ କିମ୍ବା ଯେକୌଣସି କ୍ଷେତ୍ରରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟ୍ worldskillcenter.orgକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଆଡମିଶନ’ ଅପ୍ସନକୁ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଥିବା ‘ଆପ୍ଲଏ ନାଓ’ରେ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପ୍ରଶିକ୍ଷଣ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ଆବଶ୍ୟକୀୟ ସାର୍ଟିଫିକେଟ ଦାଖଲ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଦକ୍ଷତା କେନ୍ଦ୍ରରେ ନାମଲେଖା ସମୟରେ ନିଜର ସାର୍ଟିଫିକେଟଗୁଡ଼ିକୁ ଭେରିଫାଏ କରାଇବାକୁ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟରେ ଉପଲବ୍ଧ ରହିଛି।

Tags: #WorldSkillCenter #Hairfashion&beautyWellness #SkillDevlopment #Odisha

 

Comment