ଓଡ଼ିଶାଲାଇଭ୍‍ ବ୍ୟୁରୋ

ହାଉସ୍ ସର୍ଜନ ଡାକ୍ତରଙ୍କ ମାସିକ ଷ୍ଟାଇପେଣ୍ଡ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରି ରାଜ୍ୟ ସରକାର ନୂଆ ବର୍ଷର ଭେଟି ଦେଇଛନ୍ତି। ୨୦୧୭ ଏପ୍ରିଲ ପହିଲାରୁ ପଛୁଆ ଭାବେ ଏହି ବର୍ଦ୍ଧିତ ଷ୍ଟାଇପେଣ୍ଡ ଲାଗୁ ହେବ।

ନୂଆବର୍ଷରେ ସରକାରଙ୍କ ଏହି ଘୋଷଣା ହାଉସ୍ ସର୍ଜନଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି। ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ସରକାରୀ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ୬୫୦ ଜଣ ହାଉସ୍ ସର୍ଜନ ଡାକ୍ତର ଏହାଦ୍ୱାରା ଉପକୃତ ହେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Comment