ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା: ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜର +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଶ୍ରୀୟାସ୍ ମୁତ୍ୟୁ ଘଟଣା ଏବେ ବି ସସ୍‌ପେନ୍ସରେ। ଏହି ଘଟଣା ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ପୋଲିସ ପାଇଁ ଗୋଟିଏ ବଡ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି। ରାଗିଙ୍ଗ୍‌ ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଇଥିଲେ ହେଁ ଏହା ଉପରୁ ଏଯାଏଁ ପରଦା ହଟିନି।

ସମ୍ବଲପୁର ଜିଲା କୁଚିଣ୍ଡାର ଶ୍ରୀୟସ କେଶରବାନି ୨୦୧୭ ମସିହା ଜୁନ ମାସରେ ବିଶାଖାପାଟଣାର ଶ୍ରୀ ଚୈତନ୍ୟ କଲେଜରେ +୨ ପ୍ରଥମ ବର୍ଷ ବିଜ୍ଞାନ ବିଭାଗରେ ନାମ ଲେଖାଇଥିଲେ। ଏହାପରେ ଶ୍ରୀୟସକୁ କଲେଜ ତରଫରୁ ବିଶାଖାପାଟଣାଠାରୁ ୩୦ କିଲୋମିଟର ଦୂର ଓ଼ଜ଼ନ ଭ୍ୟାଲି ନିକଟ ମାରିକଭାଲାସଠାରେ ରହିଥିବା ପ୍ରଶାନ୍ତି ହଷ୍ଟେଲକୁ ପଠାଇ ଦିଆଯାଇଥିଲା।

ଡିସେମ୍ବର ୨୨ ତାରିଖରେ ସହପାଠୀମାନେ ଶ୍ରାୟାସ୍‌କୁ ହଇରାଣ କରୁଥିବା ଶ୍ରୀୟାସ୍‌ ନିଜେ କଲେଜର ଭାଇସ ପ୍ରିନ୍ସିପାଲ ଲକ୍ଷ୍ମଣ ରାଓଙ୍କୁ ଜଣାଇଥିଲେ। ଏହାପରେ ସେ ଛୁଟି ନେଇ ଘରକୁ ଯିବା ପାଇଁ କହିଥିଲେ। ପରେ ଶ୍ରୀୟାସ ଡିସେମ୍ବର ୨୪ ତାରଖରେ ନିଜ ବାପାଙ୍କୁ ଫୋନ୍ କରିଥିଲେ। ତାଙ୍କ ବାପା ଡିସେମ୍ବର ୨୯ ତାରିଖରେ ବିଶାଖାପାଟଣା ଯାଇ ଶ୍ରୀୟସକୁ ଚିକି୍ତ୍ସା କରିବା ସହ ଘରକୁ ନେଇ ଯାଇଥିଲେ। ଜାନୁୟାରୀ ୫ ତାରିଖରେ ଶ୍ରୀୟାସର ମୁତ୍ୟୁ ପରେ କଲେଜ କର୍ତ୍ତୃପକ୍ଷଙ୍କୁ ପରିବାର ପକ୍ଷରୁ ଖବର ଦିଆଯାଇଥିଲା।

ଏହି ଘଟଣା ପରେ ଭୁବନେଶ୍ୱର ପୋଲିସ ପକ୍ଷରୁ ବିଶାଖାପାଟଣା ପି.ଏମ ପାଲେମ ପୋଲିସକୁ ଫୋନ ଯୋଗେ ରାଗିଙ୍ଗ ଘଟଣା ସମ୍ପର୍କରେ ଜଣାଯିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ହଷ୍ଟେଲର କର୍ତ୍ତୃପକ୍ଷ ଗୋପୀ କ୍ରୀଷ୍ଣା କହିଛନ୍ତି ଯେ, ଶ୍ରୀୟାସ ବାଥରୁମରେ ଗୋଡ ଖସି ପଡ଼ିଯାଇଥିବା ଅଭିଯୋଗ କରିଥିଲା। ଡିସେମ୍ବର ୨୬ ତାରିଖରେ ମଧୁରୱାଡ ନିକଟ ଗାୟତ୍ରୀ ହସ୍ପିଟାଲରେ ଓ ଡିସେମ୍ବର ୨୭ ତାରିଖରେ ବିଶାଖା ହସ୍ପିଟାଲରେ ଚିକିସ୍ଥା କରାଯାଇଥିଲା। ପରେ ଡିସେମ୍ବର ୨୯ରେ ତାଙ୍କ ବାପା ସେଭେନ ହିଲସ ହସ୍ପିଟାଲରେ ଚିକିସ୍ଥା କରିବାପରେ ତାକୁ ନିଜ ଗାଁକୁ ନେଇଯାଇଥିଲେ। ସେହିଦିନଠାରୁ ଅଭିଭାବକଙ୍କ ତରଫରୁ ଶ୍ରୀୟସ ସ୍ୱାସ୍ଥ୍ୟ ସମ୍ପର୍କରେ କୌଣସି ସୂଚନା କଲେଜ କର୍ତ୍ତୃପକ୍ଷଙ୍କୁ ଦିଆଯାଇନଥିଲା। କଲେଜ କର୍ତ୍ତୃପକ୍ଷ ରାଗିଙ୍ଗ୍ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଘଟଣାର ତଦନ୍ତ କରୁଥିବା ପି.ଏମ୍ ପାଲେମ ପୋଲିସ କଲେଜ କର୍ତ୍ତୃପକ୍ଷଙ୍କ ସମେତ ସହପାଠୀ, ଶ୍ରୀୟସର ରୁମମେଟ, ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ପଚରାଉଚରା କରିଛି। “ସମ୍ବଲପୁର ପୋଲିସ ପକ୍ଷରୁ ଲିଖିତ ଆକାରରେ କୌଣସି ଅଭିଯୋଗ କରାଯାଇନାହିଁ।ଏଣୁ ନିୟମ ଅନୁୟାଯୀ ଅଭିଯୋଗ ଆସିବା ପରେ ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ କରାଯିବ”, କହିଛନ୍ତି ପି.ଏମ ପାଲେମ  ଥାନା ଅଧିକାରୀ ଏଲ. ଲକ୍ଷ୍ମଣ ମୂର୍ତ୍ତି।

Comment