ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜାରରେ ୧୪ ପ୍ରକାର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ। ଲୋକେ ଦ୍ୱନ୍ଦ୍ୱ ମଧ୍ୟକୁ ଆସିବା ସ୍ଵାଭାବିକ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଲୋକମାନଙ୍କ ମୋବାଇଲ ନମ୍ବରରେ ସମସ୍ତ କଏନ୍‌ ଅସଲି ଏବଂ ବୈଧ ବୋଲି ମେସେଜ୍‌ ପଠାଯାଉଛି।

୧୦ ଟଙ୍କିଆ କଏନ୍‌କୁ ନେଇ ବଜାରରେ ଏବେ ଗୁଜବ ଖେଳୁଛି। ଲୋକମାନେ ନିଜ ଇଚ୍ଛା ଅନୁସାରେ ଗ୍ରହଣ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେଲା ପରେ ଆର୍‌ବିଆଇ ପାଖରେ ଏ ଖବର ପହଞ୍ଚିଥିବାରୁ ଆର୍‌ବିଆଇ ପକ୍ଷରୁ ସୂଚନାଭିତ୍ତିକ ମେସେଜ୍‌ ପଠାଯାଉଛି।

କଏନ୍‌ର ବୈଧତାକୁ ନେଇ ଆର୍‌ବିଆଇ ତଥା ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ସଚେତନ କରାଯିବା ସତ୍ତ୍ୱେ ଦୋକାନୀ, ବ୍ୟବସାୟୀମାନେ ଏହାକୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିଛି ଦିନ ହେବ ଭାରତୀୟ ୧୦ ଟଙ୍କିଆ ମୁଦ୍ରା ଆଲୋଚନାର ପ୍ରସଙ୍ଗ ହୋଇଛି।

ବଜାରରେ ୧୪ ପ୍ରକାର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ। ଲୋକେ ଦ୍ୱନ୍ଦ୍ୱ ମଧ୍ୟକୁ ଆସିବା ସ୍ଵାଭାବିକ୍‌। ଏଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଲୋକମାନଙ୍କ ମୋବାଇଲ ନମ୍ବରରେ ମେସେଜ୍‌ ପଠାଯାଉଛି। ଏଥିରେ କୁହାଯାଉଛି ଯେ, ଏହି ସମସ୍ତ କଏନ୍‌ ଅସଲି ଏବଂ ବୈଧ।

ଯଦି କୌଣସି ସ୍ଥାନରେ ଏହାକୁ ଗ୍ରହଣ କରାଯାଉ ନ ଥାଏ ତା’ହେଲେ ଆର୍‌ବିଆଇକୁ ସୂଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୧୪୪୪୦ ନମ୍ବରରେ ମିସ୍‌ଡ କଲ୍‌ ଦେଇ ସବିଶେଷ ସୂଚନା ପାଇବାକୁ ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

ବଜାରରେ ଏତେ ପ୍ରକାରର ୧୦ ଟଙ୍କିଆ କଏନ୍‌ ପ୍ରଚଳନ ହେଉଥିବାରୁ ଅସଲି ଓ ନକଲି ନେଇ ବ୍ୟବସାୟୀ ଓ ଗ୍ରାହକମାନେ ସନ୍ଦେହ କରୁଛନ୍ତି। କେତେକ କଏନ୍‌ରେ ଟଙ୍କାର ପ୍ରତୀକ ଥିବାବେଳେ କେତେକରେ ଏହା ନାହିଁ। ସେଥିପାଇଁ କେତେକ ସ୍ଥାନରେ ଏହାକୁ ଗ୍ରହଣ ମଧ୍ୟ କରାଯାଉନାହିଁ।

ଆର୍‌ବିଆଇ ଲିଗାଲ୍‌ ଟେଣ୍ଡର ଉପରେ ଏକ ସମୀକ୍ଷା କରି ସ୍ପଷ୍ଟ କରିଛି ଯେ, “ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପୃଷ୍ଠଭୂମିକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମୁଦ୍ରା ପ୍ରଚଳନ କରାଯାଇଛି। ଏହି ଦୃଷ୍ଟିରୁ ଭାରତରେ ମୋଟ ୧୪ ପ୍ରକାରର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ହୋଇଛି।“

ଭାରତୀୟ କଏନ୍‌ ବା ମୁଦ୍ରାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ ମନରେ ଏହାକୁ ନେଇ ସନ୍ଦେହ ଉପୁଜୁଛି। ଏପରିକି ଦୋକାନ ବଜାରରେ ଏହା ସେଭଳି ମାତ୍ରାରେ ଆଉ ଗ୍ରହଣୀୟ ହେଉନାହିଁ।

Comment