ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ଜେଲରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବୁଧବାର ଜେଲରୁ ବାହାରିଛି। ୧୦ ବର୍ଷ ପରେ ଜେଲରୁ ବାହାରିଛି ରାଜା। ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ହତ୍ୟା ଧମକ ମାମଲାରେ ରାଜାକୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ।

ପାର୍ସଲ ବୋମା ଉଜାଡ଼ିଦେଲା ସଂସାର: ରିମାଙ୍କ ଆଖିରେ ଲୁହ, ମନରେ କ୍ଷୋଭ?

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ। ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ମାସ ପରେ ଦୋଷୀ ଦଣ୍ଡ ପାଇଛି ସତ, ହେଲେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ରିମାରାଣୀ ସାହୁଙ୍କ ଆଖିରୁ ଲୁହ ଶୁଖୁନି। ବିନା ଦୋଷରେ ସେ କାହିଁକି ଦଣ୍ଡ ପାଇଲେ ବୋଲି ଭାଳି ହେଉଛନ୍ତି।

ଉଷସୀଙ୍କ ପାଇଁ ବାହାରିଲା ଓଲିଉଡ: ନ୍ୟାୟ ମାଗିଲେ ଅଭିନେତ୍ରୀ ଉଷସୀ ମିଶ୍ର

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ଼ ନେଇଛି। ଉଷସୀଙ୍କୁ ନ୍ୟାୟ ଦେବା ଏବଂ କଳାକାରଙ୍କୁ ସୁରକ୍ଷା ଦେବା ପାଇଁ ପୂରା ଓଲିଉଡ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଉଷସୀଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାର ପ୍ରତିବାଦରେ କଳାକାର ସଂଘ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ମାଗିଛି।

ଆଶାରାମଙ୍କୁ ଜେଲ୍: ଜାଣନ୍ତୁ କେବେ କ’ଣ ଘଟିଥିଲା?

୫ ବର୍ଷ ତଳର ଦୁଷ୍କର୍ମ ମାମଲାର ଆଜି ହୋଇଛି ବଡ଼ ଫଇସଲା। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ହୋଇଛି ଆଜୀବନ ଜେଲ୍। ଏହାସହ ଆଶାରାମଙ୍କ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି।

କ୍ରାଇମବ୍ରାଞ୍ଚ ଖୋଲିଲା ପାଟଣାଗଡ଼ ପାର୍ସଲ ବୋମା ସସପେନ୍ସ

ବଲାଙ୍ଗିର ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ପଛର ବିସ୍ମୟ ଆଜି ଖୋଲିଯାଇଛି। ଏହି ଅପରାଧ ଉପରୁ ପରଦା ହଟାଇଛି ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ। କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବୁଧବାର ଦିନ ବଲାଙ୍ଗିରଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ଲୋମହର୍ଷକ ଅପରାଧର ସମ୍ପୂର୍ଣ୍ଣ ଘଟଣାକ୍ରମ ମିଡିଆ ସାମ୍‌ନାରେ ରଖିଛନ୍ତି।

ଭଗବାନରୁ ବଳାତ୍କାରୀ ବାବା: ପଢନ୍ତୁ ଆସାରାମଙ୍କ ପୂରା କାହାଣୀ

ଦିନଥିଲା ବାବା ଅସାରାମଙ୍କୁ ଦୁନିଆ ଯାକର ଲୋକେ ପୂଜା କରୁଥିଲେ। କିଛି ଭକ୍ତ ତ ତାଙ୍କୁ ସାକ୍ଷାତ ଈଶ୍ୱରଙ୍କ ପ୍ରତିରୂପ ଭଳି ମାନୁଥିଲେ। ତାଙ୍କର ପ୍ରତିପତ୍ତି ଏତେ ଦୂର ମାଡ଼ି ଯାଇଥିଲା ଯେ ତାହାକୁ ଲିଭାଇବା କଷ୍ଟକର ବ୍ୟାପାର ଥିଲା। ବିଶ୍ୱତମାମ ତାଙ୍କର କୋଟି କୋଟି ଭକ୍ତ ଥିବା କଥା କୁହାଯାଉଛି।

ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍

ତଥାକଥିତ ଧର୍ମଗୁରୁ ଏବଂ ପ୍ରବଚକ ଆଶାରାମ ବାପୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଯୋଧପୁର କୋର୍ଟ। ଏହାସହ ତାଙ୍କର ଦୁଇ ସହଯୋଗୀ ରାଜଦାର ଶିଳ୍ପୀ ଏବଂ ଶରତ ଚନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Comment