ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ୍ ଦେବ ବର୍ମନ ହେଉଛନ୍ତି ଭାରତୀୟ ସିନେମା ଦୁନିଆର ଜଣେ ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କୁ ସାଧାରଣ ଭାବେ ଆରଡି ବର୍ମନ ଭାବେ ସମସ୍ତେ ଜାଣନ୍ତି। କିନ୍ତୁ ବଲିଉଡରେ ସେ ପଞ୍ଚମ ନାଁରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ

ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଆର୍. ଡି ବର୍ମନ୍ ତାଙ୍କର ୩୩ ବର୍ଷର କ୍ୟାରିଅର୍ ଭିତରେ ମୋଟ୍‌ ୩୩୧ଟି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ବଲିଉଡ଼ର ଏହି ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକଙ୍କର ଲୋକପ୍ରିୟ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି- ଆରାଧନା, କଟି ପତଙ୍ଗ୍, ଆପ୍‌କି କସମ୍, ଲାଦୋଁ କି ବାରାତ୍, ତିସରି ମଞ୍ଜିଲ୍, କାର୍‌ବା, ଆନ୍ଧି, ଖୁସ୍‌ବୁ, କୁଦରତ୍, ଶୋଲେ, ଶାନ୍, ଶକ୍ତି, ସୀତା ଔର ଗୀତା, ଦ ବର୍ଣ୍ଣିଂ ଟ୍ରେନ୍‌, ୧୯୪୧- ଏ ଲଭ୍ ଷ୍ଟୋରି, ସନମ୍‌ ତେରି କସମ୍, ସାଗର୍, ଲଭଷ୍ଟୋରି, ଅର୍ଜୁନ, ବେତାବ୍, ମାସୁମ୍, ସଗେସଭା ଆଦି।

ଆର୍‌ ଡି ବର୍ମନ ପଚାଶ ଓ ଷାଠିଏ ଦଶକର ଅତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଏସ ଡି ବର୍ମାଙ୍କ ପୁତ୍ର। ସେ ମାତ୍ର ନଅ ବର୍ଷ ବୟସରେ ପ୍ରଥମେ ମ୍ୟୁଜିକ୍ କମ୍ପୋଜ୍ କରିଥିଲେ। ୧୯୬୬ରେ ମୁକ୍ତିଲାଭ କରିଥିବା ‘ତିସରି ମଞ୍ଜିଲ୍’ ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଆର୍.ଡି. ବର୍ମନଙ୍କୁ ପ୍ରଥମ ସଫଳତା ଆଣି ଦେଇଥିଲା। ଏହା ପରେ ସେ ଆଉ ପଛକୁ ଫେରିଚାହିଁ ନଥିଲେ।

ଆରଡି ବର୍ମନଙ୍କ ବ୍ୟକ୍ତିଗତ ଜୀବନ ବି ବେଶ୍ ରୋମାଞ୍ଚକର। ବଲିଉଡର ଏହି ଖ୍ୟାତନାମା ସଙ୍ଗୀତକାର ୧୯୬୬ରେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାମ ଥିଲା ରିତା ପଟେଲ୍‌। କିନ୍ତୁ ୧୯୭୧ରେ ଉଭୟଙ୍କର ଡିଭୋର୍ସ ହୋଇଥିଲା।

ଏହା ବଲିଉଡର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଆର୍. ଡି. ବର୍ମନ ସିଙ୍ଗଲ୍ ରହିଥିଲେ। ୧୯୮୦ରେ ସେ ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବଂ ଆସନ୍ତୁ ଜାଣିବା କିପରି ଆଶାଙ୍କୁ ଏଥିପାଇଁ ରାଜି କରାଇଥିଲେ ଆରଡି ବର୍ମନ।

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଆର ଡି ବର୍ମନଙ୍କ କଥା ଉଠିଲେ ତାଙ୍କ ପତ୍ନୀ ତଥା ଲୋକପ୍ରିୟ ଗାୟିକା ଆଶା ଭୋଁସଲେ ଆଖି ଆଗରେ ନାଚି ଉଠନ୍ତି। କାରଣ ଏଭଳି ଏକ ସମୟଥିଲା, ଯେତେବେଳେ ଆଶାଜୀ କେବଳ ଆରଡିଙ୍କ ପାଇଁ ଗୀତ ଗାଉଥିଲେ। ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ହାତରେ ସମୟ ନଥିଲା।

୧୯୮୦ ମସିହାର କଥା। ସେତେବେଳେ କଲ୍ୟାଣ ସେନ ନାମକ ଜଣେ ସଙ୍ଗୀତକାର ଫିଲ୍ମ ‘ମୁନ୍ନି ବାଲ’ରେ ଏକ ଗୀତ ଗାଇବା ପାଇଁ ଆଶା ଭୋଁସଲେଙ୍କୁ ଦେବାକୁ ଚାହୁଁଥିଲେ। ଏଥିପାଇଁ ସେ ଆଶାଜୀଙ୍କ ବ୍ୟକ୍ତିଗତ ସହାୟକ ବାବୁଭାଇଙ୍କୁ ଭେଟିଲେ। ୫ ହଜାର ଟଙ୍କା ପାରିଶ୍ରମିକ ଦେଇ କଲ୍ୟାଣ ସେନ ଆଶାଜୀ ଚୁକ୍ତିବଦ୍ଧ କରିଥିଲେ। ହେଲେ ରେକର୍ଡିଂ ଦିନ ଆଶାଜୀ ଷ୍ଟୁଡିଓକୁ ଆସିଲେନାହିଁ। ତା’ପରେ କଲ୍ୟାଣ ସେନ୍ ବାବୁଭାଇଙ୍କୁ ଭେଟିଲେ। ସେ କହିଲେ ଯେ ଆଶାଜୀଙ୍କର ଦାନ୍ତବିନ୍ଧା ହେଉଛି, ତେଣୁ ଆଜି ଗାଇପାରିବେନି, ପରେ ରେକର୍ଡିଂ ରଖ।

ଠିକ୍ ସେହିଦିନ କଲ୍ୟାଣ ସେନ୍ ଖବର ପାଇଲେ ଯେ ଆଶା ଭୋଁସଲେ ଆରଡି ବର୍ମନଙ୍କର ଏକ ଗୀତ ରେକର୍ଡିଂ କରୁଛନ୍ତି। ଏଣୁ ସେ କାନ୍ଦିକାନ୍ଦି ଆରଡିଙ୍କୁ ନିଜର ଦୁଃଖ ଜଣାଇଲେ। ପଞ୍ଚମନ୍ଦା ସାଙ୍ଗେ ସାଙ୍ଗେ ଆଶାଙ୍କୁ ପାଟି କଲେ ଓ କଲ୍ୟାଣଙ୍କ ଗୀତ ଗାଇବାକୁ କହିଲେ। ବାସ୍ ତା’ପରେ ଆରଡିଙ୍କ କଥା ମାନି ଆଶା ଭୋଁସଲେ ‘ମୁନ୍ନିବାଲ’ ଫିଲ୍ମର ଲୋ ସମ୍ଭାଲୋ ଦିଲ୍ ବଡ଼ି ମୁସ୍କିଲ୍ ହେ’ ଗାଇଥିଲେ।

ଆରଡି ବର୍ମନ ଓ ଆଶା ଭୋଁସଲେଙ୍କ ପ୍ରେମ କାହାଣୀ ବି ଅଜବ ମନେ ହୁଏ। ଉଭୟଙ୍କର ପ୍ରଥମ ଦେଖା ଏକ ଷ୍ଟୁଡ଼ିଓରେ ହୋଇଥିଲେ। ସେତେବେଳେ ଆରଡି ସଙ୍ଗୀତ ଶିଖିବା ପାଇଁ ଦଶମ ଶ୍ରେଣୀ ପରୀକ୍ଷା ବି ଦେଲେନାହିଁ। ଆରଡିଙ୍କ ପିତା ପ୍ରଖ୍ୟାତ ସଙ୍ଗୀତକାର ଏସ୍ ଡି ବର୍ମନ ଷ୍ଟୁଡିଓରେ ଉଭୟଙ୍କ ମଧ୍ୟରେ ପରିଚୟ ପର୍ବ କରାଇଥିଲେ। ହେଲେ ଆଶା ପଞ୍ଚମଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ବାରମ୍ବାର କହୁଥିଲେ। କିନ୍ତୁ ଏହାକୁ ଆଦୌ ମାନୁ ନଥିଲେ ପଞ୍ଚମ। ପ୍ରଥମ ଦେଖାୋର ଆଶାଜୀଙ୍କଠୁଁ ପଞ୍ଚମ ଅଟୋଗ୍ରାଫ୍ ନେଇଥିଲେ। ପରେ ଆରଡି ବର୍ମନ ଦିନେ ପ୍ରପୋଜ୍ କରି କହିଥିଲେ, ଆଶା ତୁମେ ହିଁ ମୋର ସ୍ୱରକୁ ବୁଝିପାରିଛ, ମୋ’ ମନ କଥା ବି ବୁଝିପାରିବ।’ ଏଇ ଦି’ ପଦ କଥାରେ ତାଙ୍କୁ ବାହା ହେବାକୁ ରାଜି ହେଲେ ଆଶା।

Comment