ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ପରେ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସପ୍ତାହେ ଭିତରେ ତିନି ତିନି ଜଣ ବଲିଉଡ଼ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଭିନେତ୍ରୀ ସୋନମ୍‌ କପୁର ଓ ନେହା ଧୂପିଆଙ୍କ ପରେ ବଲିଉଡ଼ର ପ୍ରଖ୍ୟାତ ଗାୟକ ଓ ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆଁ ବିବାହ କରିଛନ୍ତି।

ହିମେଶ ତାଙ୍କ ଲଙ୍ଗ୍‌ ଟାଇମ୍‌ ଗର୍ଲଫ୍ରେଣ୍ଡ୍‌ ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଛନ୍ତି। ବିବାହ ପରେ ହିମେଶ ଓ ସୋନିଆଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଉଭୟ ବହୁତ ସୁନ୍ଦର ଲାଗୁଛନ୍ତି।

ହିମେଶ, ଟେଲିଭିଜନ୍‌ ଦୁନିଆରେ ଅଭିନୟ କରୁଥିବା ସୋନିଆଙ୍କୁ ବିବାହ କରିବା ପରେ ମେ ୧୧ରେ ଏକ ରିସେପ୍‌ସନ୍‌ ପାର୍ଟି ମଧ୍ୟ ରଖିଥିଲେ। ସେମାନଙ୍କର ବିବାହ ମୁହୂର୍ତ୍ତର ଏକ ଫଟୋକୁ ହିମେଶ ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏହି ବିବାହରେ ଉଭୟଙ୍କ କେବଳ ଅତି ନିକଟତର ସମ୍ପର୍କୀୟ ଉପସ୍ଥିତ ଥିଲେ। ବିବାହ ଗୁଜରାଟି ଷ୍ଟାଇଲରେ ହୋଇଥିଲା।

ଏହା ହେଉଛି ହିମେଶଙ୍କ ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀ କୋମଲଙ୍କ ସହ ହିମେଶଙ୍କର ଗତବର୍ଷ ଜୁନ୍‌ ମାସରେ ତଲାକ୍‌ ହୋଇଥିଲା। ଉଭୟଙ୍କ ବିବାହକୁ ୨୨ବର୍ଷ ଚାଲିଥିବାବେଳେ, ସେମାନଙ୍କର ଏକ ପୁଅ ମଧ୍ୟ ଅଛି।

ହିମେଶ ଓ ସୋନିଆ ଉଭୟ ଗତ ୧୦ ବର୍ଷ ଧରି ଡେଟିଂ କରି ଆସୁଥିଲେ।

Comment