ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମୋଷ୍ଟ ବ୍ୟୁଟିଫୁଲ୍ ହିରୋଇନ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଏମିତି ବି କିଛି ନିର୍ଦ୍ଦେଶକ ଅଛନ୍ତି ଯେଉଁମାନଙ୍କ ସହ ଏଯାଏଁ କାମ କରିବାର ସୁଯୋଗ ପାଇନାହାନ୍ତି ଐଶ୍ୱର୍ଯ୍ୟା।

ବଲିଉଡର ମୋଷ୍ଟ ବ୍ୟୁଟିଫୁଲ୍ ହିରୋଇନମାନଙ୍କ ଭିତରେ ଜଣେ ହେଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନ। ଐଶ୍ବର୍ଯ୍ୟା ଆଜିବି ସେତିକି ସୁନ୍ଦର, ଯେତିକି କୋଡିଏ ବର୍ଷ ତଳେ ଥିଲେ।

ଐଶ୍ବର୍ଯ୍ୟା ରାୟ ବଚ୍ଚନ ୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଔର ପ୍ୟାର୍ ହୋଗୟା’ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ। ଏଥିରେ ତାଙ୍କର ହିରୋ ଥିଲେ ବବି ଦେଓଲ୍। ‘ଔର ପ୍ୟାର୍ ହୋଗୟା’ର ନିର୍ଦ୍ଦେଶନା ଦେଇଥିଲେ ରାହୁଲ ରୱଲ୍।

‘ଔର ପ୍ୟାର୍ ହୋଗୟା’ ସୁପରଫ୍ଲପ୍ ହୋଇଥିଲା। କିନ୍ତୁ ପଛକୁ ଫେରି ଚାହିଁ ନାହାନ୍ତି ଐଶ୍ବର୍ଯ୍ୟା। ଐଶ୍ବର୍ଯ୍ୟା ତାଙ୍କର ସୁଦୀର୍ଘ କ୍ୟାରିଅର୍ ଭିତରେ ଅନେକ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ହେଲେ ଏମିତି ବି କିଛି ନିର୍ଦ୍ଦେଶକ ଅଛନ୍ତି ଯେଉଁମାନଙ୍କ ସହ ଏଯାଏଁ କାମ କରିବାର ସୁଯୋଗ ପାଇନାହାନ୍ତି ଐଶ୍ବର୍ଯ୍ୟା।

ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ହେଲେ ରାକେଶ ରୋଶନ୍। ସେ ‘ଖୁଦ୍‌ଗର୍ଜ’, ‘କରଣ ଅର୍ଜୁନ’, ‘ଖୁନ୍ ଭରି ମାଙ୍ଗ’, ‘କହୋ ନା ପ୍ୟାର ହେ’, ‘କୋୟଲା’, ‘କୋଇ ମିଲ୍‌ଗୟା’, ‘କ୍ରିଶ୍’ ଓ ‘କ୍ରିଶ୍ ‘୩’ ଭଳି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିଛନ୍ତି। ରାକେଶ ରୋଶନଙ୍କ ଫିଲ୍ମରେ କାଜୋଲ, ଅମ୍ରିତା ସିଂହ, ରେଖା, ମମତା କୁଲକର୍ଣ୍ଣୀ, ଅମିଷା ପଟେଲ୍, ମାଧୁରୀ ଦୀକ୍ଷିତ, ପ୍ରିତି ଜିଣ୍ଟା ଓ କଙ୍ଗନା ରାନୌତଙ୍କ ଭଳି ଟପ୍ ହିରୋଇନମାନେ କାମ କରିଛନ୍ତି।

ହେଲେ ଏଯାବତ୍ ଦକ୍ଷ ଏବଂ ଲୋକପ୍ରିୟ ନିର୍ଦ୍ଦେଶକ ରାକେଶ ରୋଶନଙ୍କ କୌଣସି ଫିଲ୍ମରେ ନଜର ଆସିନାହାନ୍ତି ବଲିଉଡର ମୋଷ୍ଟ୍ ବ୍ୟୁଟିଫୁଲ୍ ହିରୋଇନ୍ ଏଶ୍ବର୍ଯ୍ୟା ରାୟ ବଚ୍ଚନ। ପରେହାନ୍ ଅଖତର ବି ଜଣେ ନାମୀ ନିର୍ଦ୍ଦେିଶକ। ସେ ଦିଲ୍ ଚାହତା ହେ, କାର୍ଯ୍ୟ ଡନ୍, ଡନ୍ ଟୁ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଫିଲ୍ମରେ ପ୍ରୀତି ଜିଣ୍ଟା, କରିନା କପୁର, ପ୍ରିୟଙ୍କା ଚୋପ୍ରାଙ୍କ ପରି ଟପ୍ ହିରୋଇନ୍‌ କାମ କରିଛନ୍ତି। କିନ୍ତୁ ଐଶ୍ବର୍ଯ୍ୟାଙ୍କୁ ଏଯାଏଁ ଫରହାନଙ୍କ ଫିଲ୍ମରେ କାମ କରିବାର ସୁଯୋଗ ମିଳିନାହିଁ।

ରାଜ କୁମାର ହିରାନୀ ଆଜିକା ସମୟର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ। ସେ ‘ମୁନ୍ନାଭାଇ ଏମ୍ ବି ବିଏସ୍’, ‘ଲଗେ ରହୋ ମୁନ୍ନାଭାଇ’, ‘ଥ୍ରି ଇଡିଏଟ୍ସ’, ‘ପିକେ’ ଏବଂ ‘ସଞ୍ଜୁ’ ଭଳି ସିନେମା ତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ବିଦ୍ୟାବାଲାନ, କରିନା କପୁର, ଅନୁଷ୍କା ଶର୍ମା ଓ ସୋନମ୍ କପୁରଙ୍କ ଭଳି ଟପ୍ ହିରୋଇନମାନେ କାମ କରିଛନ୍ତି। ଏଯାଏଁ ଐଶ୍ବର୍ଯ୍ୟାଙ୍କ ପାଳି ପଡ଼ିନାହିଁ।

ବଲିଉଡର ଆଉ ଜଣେ ହିଟ୍ ମେକର ହେଲେ ରୋହିତ ସେଟ୍ଟି। ସେ ‘ଗୋଲମାଲ୍’, ‘ଗୋଲମାଲ୍ ରିଟର୍ଣ୍ଣସ୍’, ‘ଗୋଲାମାଲ୍ ଥ୍ରି’, ‘ସିଂଘମ୍’, ‘ଚେନ୍ନାଇ ଏକ୍ସପ୍ରେସ୍’, ‘ଦିଲୱାଲେ’ ଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ରୋହିତ ତାଙ୍କୁ ସିନେମାରେ କରିନା କପୁର, କାଜଲ ଅଗ୍ରୱାଲ ଓ ଦୀପିକା ପାଦୁକୋନଙ୍କ ଭଳି ଟପ୍ ହିରୋଇନ୍‌ମାନଙ୍କୁ ନେଇଛନ୍ତି। ହେଲେ ଏ ଯାଏଁ ରୋହିତ ସେଟ୍ଟି ତାଙ୍କର କୌଣସି ସିନେମାରେ ଐଶ୍ବର୍ଯ୍ୟାଙ୍କୁ କାଷ୍ଟ କରିନାହାନ୍ତି।

ବଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ ହେଲେ କବୀର ଖାନ୍। ସେ ‘ଏକ ଥା ଟାଇଗର’, ‘ଟ୍ୟୁବଲାଇଟ୍’ ଭଳି ଲୋକପ୍ରିୟ ସିନେମା ତିଆରି କରିଛନ୍ତି । ତାଙ୍କ ଫିଲ୍ମରେ କାଟ୍ରିନା କୈଫ୍, ଫିମେଲ୍ ଲିଡରେ ନଜର ଆସିଛନ୍ତି, ହେଲେ ଐଶ୍ବର୍ଯ୍ୟା ଏଯାଏଁ କବୀରଙ୍କ ସହ କାମ କରିନାହାନ୍ତି।

ଜୋୟା ଅଖତର ହେଉଛନ୍ତି ଜଣେ ଲୋକପ୍ରିୟ ମହିଳା ନିର୍ଦ୍ଦେଶକ। ସେ ଲକ୍ ବାଇଚାନ୍ସ, ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’, ‘ଦିଲ୍ ଧଡକ ନେ ଦୋ’ ଓ ‘ଗୁଲିବଏ’ ଭଳି ସିନେମା ତିଆରି କରିଛନ୍ତି। ତାଙ୍କ ଫିଲ୍ମରେ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, କାଟ୍ରିନା କୈଫ୍‌ଙ୍କ ଭଳି ଟପ୍ ହିରୋଇନ୍ କାମ କରିଛନ୍ତି। ହେଲେ ଏଯାଏଁ ଐଶ୍ବର୍ଯ୍ୟାଙ୍କୁ ଦେଖା ମିଳିନି।

Comment