ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ପ୍ରଥମ ସୁପରଷ୍ଟାର ହେଲେ ରାଜେଶ ଖାନ୍ନା। ତାଙ୍କ ସମ୍ପର୍କରେ ଅନେକ ମଜାଦାର୍ କଥା ଶୁଣିବାକୁ ମିଳେ।

ଆସନ୍ତୁ ଜାଣିବା ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଏକ ଟୋପି ପାଇଁ କି କାରନାମା କରିଥିଲେ।

ରାଜେଶ ଖାନ୍ନା ହେଉଛନ୍ତି ବଲିଉଡର ପ୍ରଥମ ସୁପରଷ୍ଟାର। ସେ ୧୯୬୬ରେ ରିଲିଜ୍ ହୋଇଥିବା ‘ଆଖିର ଖତ୍’ ସିନେମା ଜରିଆରେ ବଲିଉଡରେ ଏଣ୍ଟ୍ରି ଦେଇଥିଲେ।

ପ୍ରଖ୍ୟାତ ନିର୍ଦ୍ଦେଶକ ଶକ୍ତି ସାମନ୍ତଙ୍କ ନିର୍ଦ୍ଦେଶିତ ‘ଆରାଧନା’ ରିଲିଜ୍ ହେବା ପରେ ସିନେ ସମୀକ୍ଷକମାନେ ରାଜେଶ ଖାନ୍ନାଙ୍କ ବଲିଉଡର ପ୍ରଥମ ସୁପରଷ୍ଟାର ଟାଇଟଲ୍ ସହ ଯୋଡ଼ି ଦେଇଥିଲେ।

ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଶହେରୁ ଅଧିକ ସିନେମାରେ ସୋଲୋ ହିରୋ ବନିଥିଲେ। ସେ ‘ଆରାଧନା’ ‘କଟିପତଙ୍ଗ୍’, ‘ରୋଟି’, ‘ଆପ୍‌କି କସମ୍’ ଓ ‘ଅମରପ୍ରେମ୍‌’ ଭଳି ଲଗାତାର ବ୍ଲକ ବଷ୍ଟର ହିଟ୍ ଫିଲ୍ମ ଦେଇଚାଲିଲେ।

ସତୁର ଦଶକର ଶେଷ ଭାଗରେ ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ସାଉଥ୍ ରିମେକ୍ ସିନେମାରେ କାମ କରିଥିଲେ। ଯେଉଁସବୁ ସାଉଥ୍ ସିନେମା ସୁପରହିଟ୍ ହେଉଥିଲା, ତା’କୁ ଦେଖୁଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା। ସେଥିମଧ୍ୟରୁ ଯେଉଁଟି ତାଙ୍କୁ ଭଲ ଲାଗୁଥିଲା, ସେ ତା’ର ରିମେକ୍ କରିବା ପାଇଁ ପ୍ରଯୋଜକ-ନିର୍ଦ୍ଦେଶକଙ୍କୁ କହୁଥିଲେ।

ସାଉଥ୍‌ରେ ଅଶୀ ଦଶକରେ ଜଣେ ରାଇଜିଂ ଷ୍ଟାର ଭାବେ ପରିଚିତ ହେଉଥିଲେ କମଲ ହାସନ୍। ତାଙ୍କ ଅଭିନୀତ ଏକ ତାମିଲ୍ ସିନେମା ବେଶ୍ ହିଟ୍ ହୋଇଥିଲା। ଏହାର ଟାଇଟଲ୍ ହେଲା ‘ସିଗାପୁ ରୋଜକାର୍’।

ଏହି ତାଲିମ୍ ସିନେମାଟି ଦେଖିବା ପରେ ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ତାକୁ ହିନ୍ଦୀରେ ରିମେକ୍ କରିବାକୁ ସ୍ଥିର କରିଥିଲେ।

ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ତାମିଲ ସିନେମାର ନିର୍ଦ୍ଦେଶକ ଭାରତୀ ରାଜାଙ୍କୁ ବି ନିର୍ଦ୍ଦେଶନା ଦେଲେ। ହିନ୍ଦୀରେ ଏହାର ଟାଇଟଲ୍ ରଖାଯାଇଥିଲା ‘ରେଡ୍ ରୋଜ୍’।

‘ରେଡ ରୋଜ୍’ ୧୯୮୦ ମସିହା ଜୁନ୍ ୬ ତାରିଖରେ ରିଲିଜ୍ ହୋଇଥିଲା। ଏହି ସିନେମାରେ ରାଜେଶ ଖାନ୍ନାଙ୍କ ସହିତ ପୁନମ୍ ଧିଲୋ’ ଅଭିନୟ କରିଥିଲେ। ଏମପି ଜୈନ ଓ ରବି କମାର ଏହାର ପ୍ରଯୋଜନା କରିଥିଲେ।

‘ରୋଡ୍‌ରୋଜ୍’ ଫିଲ୍ମର ମହୁରତ୍‌ରେ ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଏକ ଖାସ୍‌ ଟୋପି ପିନ୍ଧିବାକୁ ଇଚ୍ଛା କରିଥିଲେ। ସେ ଚାହିଁଲେ ତାମିଲ ଫିଲ୍ମ ‘ସିଗାପୁ ରୋଜାକଲ୍’ରେ କମଲ ହାସନ୍ ଯେଉଁ ଟୋପି ପିନ୍ଧିଛନ୍ତି, ସେ ସେହି ଟୋପିଟି ପିନ୍ଧିବେ।

ଏଣୁ ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା କମଲ ହାସନ୍‌ଙ୍କୁ ଟେଲିଫୋନ୍‌ କରିଲେ। ସେ ସମୟରେ ମୋବାଇଲ୍ ଯୁଗ ନଥିଲା। ଲାଣ୍ଡ୍ ଫୋନ୍‌ରେ କଥା ହେଉଥିଲେ ସମସ୍ତେ। ଫୋନ୍‌ ରିସିଭ୍‌ କଲେ କମଲ ହାସନଙ୍କ ପି.ଏ। ଯିଏ କି ଜଣେ ରାଜେଶ ଖାନ୍ନାଙ୍କ ଫ୍ୟାନ୍ ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା କମଲ ହାସନଙ୍କୁ ସେହି ଟୋପିଟି ମାଗିଲେ। ସେ ‘ରେଡ୍‌ରୋଜ୍’ର ମୁହୁରତ୍‌ରେ ଯୋଗ ଦେବା ପାଇଁ ବି କମଲଙ୍କୁ ନିମନ୍ତ୍ରଣ କଲେ।

ବଲିଉଡର ପ୍ରଥମ ସୁପରଷ୍ଟାର ତାଙ୍କୁ ଏକ ଟୋପି ମାଗୁଛନ୍ତି,ତାହାକୁ କେମିତି ବା ନ ଦିଅନ୍ତେ କମଲ ହାସନ୍। ସେ ତତ୍‌କ୍ଷଣାତ୍ ଜଣେ ବିଶ୍ବସ୍ତ ଲୋକ ହାତରେ ଟୋପିଟି ରାଜେଶ ଖାନ୍ନାଙ୍କ ପାଖକୁ ପଠାଇଥିଲେ।

ରାଜେଶ ଖାନ୍ନା ମୁହୁରତ୍‌ରେ ସେହି ଟୋପି ପିନ୍ଧି ଥିଲେ। ଆଉ ସବୁଠୁ ମଜା କଥା ହେଉଛି ଯେ କମଲ ହାସନ୍ ବି ସେଥିରେ ଯୋଗ ଦେଇଥିଲେ। କମଲଙ୍କୁ ଦେଖି ବଲିଉଡର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ଖୁବ୍ ଖୁସି ହୋଇଥିଲେ ଓ ‘ଟୋପି’ ପାଇଁ ଧନ୍ୟବାଦ ବି ଦେଇଥିଲେ।

Comment