ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବିକାଶ ପାଇଁ ନାଗରିକ ସମାଜ ସଚେତନ ହେବା ଦରକାର। ନାଗରିକ ସମାଜକୁ ସଚେତନ କରିବାର ଲକ୍ଷ୍ୟ ନେଇ ‘ୟେସ୍ ଉଇ କ୍ୟାନ୍’ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ସଙ୍କଳ୍ପରୁ ସିଦ୍ଧି’ ଅଭିଯାନ। ଏହି ଅଭିଯାନ ଜୁନ୍ ୮ ତାରିଖରେ ଲୋକାର୍ପଣ ହେବ। ଏହାକୁ କେନ୍ଦ୍ର ପେଟ୍ରୋଲିୟମ, ନାଚୁରାଲ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିବେ ବୋଲି ୟେସ୍ ଉଇ କ୍ୟାନର ପ୍ରତିଷ୍ଠାତା ଶିଶିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ସଙ୍କଳ୍ପ କଥା କହିଥିଲେ। ଏଥିରେ ଆଉ ଗୋଟିଏ ସଙ୍କଳ୍ପକୁ ଯୋଡ଼ିଛି ୟେସ ଉଇ କ୍ୟାନ। ୭ଟି ସଙ୍କଳ୍ପକୁ ନେଇ ୟେସ ଉଇ କ୍ୟାନ ତାର ଅଭିଯାନ ଆରମ୍ଭ କରିବ।

ଦୁର୍ନୀତିମୁକ୍ତ ଭାରତ, ସ୍ୱଚ୍ଛ ଭାରତ, ଦାରିଦ୍ର୍ୟମୁକ୍ତ ଭାରତ, ଆତଙ୍କବାଦମୁକ୍ତ ଭାରତ, ଜାତିବାଦମୁକ୍ତ ଭାରତ, ସାମ୍ପ୍ରଦାୟିକତାମୁକ୍ତ ଭାରତ ଏବଂ ବିକଶିତ ଓଡ଼ିଶାର ସଙ୍କଳ୍ପ ନେଇ ଜୁନ୍ ୮ରୁ ସାରା ରାଜ୍ୟରେ ଅଭିଯାନ ଆରମ୍ଭ କରାଯିବ।

“ନୂଆ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ସଙ୍କଳ୍ପର କଥା କହିଛନ୍ତି। ଆମେ ଏହାକୁ ସାକାର କରିବା ପାଇଁ ଆଉ ଗୋଟିଏ ସଙ୍କଳ୍ପ ଯୋଡ଼ିଛୁ। ୭ଟି ବିଷୟକୁ ନେଇ ଆମେ ସଙ୍କଳ୍ପ କରିବାକୁ ଚାହୁଁଛୁ। ଆଶା କରୁଛୁ ଏଥିରେ ଆମେ ସିଦ୍ଧି ପ୍ରାପ୍ତ ହେବୁ”, କହିଛନ୍ତି ୟେସ ଉଇ କ୍ୟାନର ପ୍ରତିଷ୍ଠାତା ଶିଶିର।

ଜୁନ୍ ୮ରେ ସମସ୍ତ ବ୍ଲକ ଏବଂ ସହରାଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ସେମାନେ ଉପରୋକ୍ତ ୭ଟି ବିଷୟରେ ସଙ୍କଳ୍ପ ନେଇ ଗାଁକୁ ଯିବେ। ଯୁବସମାଜକୁ ଭେଟି ସଚେତନ କରିବେ।

ଶିଶିର ଆହୁରି କହିଛନ୍ତି ଯେ ଓଡ଼ିଶାକୁ ଆତଙ୍କବାଦମୁକ୍ତ, ଦାରିଦ୍ର୍ୟମୁକ୍ତ, ଦୁର୍ନୀତିମୁକ୍ତ ଏବଂ ସଫାସୁତୁରା ରଖିବା ପାଇଁ ଯୁବ ସମାଜ ସଙ୍କଳ୍ପ ନେଲେ ହିଁ ଆମକୁ ସିଦ୍ଧି ମିଳିବ।

Comment