ଓଡ଼ିଶାଲାଇଭ୍‌ ବ୍ୟୁରୋ

Dharmendra Pradhan at Yes We Can

‘ୟେସ୍‌ ଉଇ କ୍ୟାନ୍’ ପକ୍ଷରୁ ଓଡ଼ିଶାରେ ଆରମ୍ଭ ହୋଇଛି ସଙ୍କଳ୍ପରୁ ସିଦ୍ଧି କାର୍ଯ୍ୟକ୍ରମ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରି ସମୃଦ୍ଧ ଭାରତ ଏବଂ ବିକଶିତ ଓଡ଼ିଶା ଉପରେ ଉଦବୋଧନ ଦେଇଛନ୍ତି।

“ସମାଜରେ ବହୁତ ଭଲ ଲୋକ ଅଛନ୍ତି। ଭଲ ଚିନ୍ତାଧାରା ନେଇ ବଞ୍ଚିଛନ୍ତି। ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବାକୁ ପଡ଼ିବ। ଭଲ କାମ କରି ୨୦୩୬ ସୁଦ୍ଧା ଓଡ଼ିଶାକୁ ଆଗକୁ ନେବାକୁ ପଡ଼ିବ। ଓଡ଼ିଶାକୁ ବିକଶିତ କରିବାକୁ ପଡ଼ିବ। ଓଡ଼ିଶାର ବିକାଶ ହେଲେ ଭାରତ ସମୃଦ୍ଧ ହେବ”, କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ୟେସ ଉଇ କ୍ୟାନ’ ପକ୍ଷରୁ ଆୟୋଜିତ ‘ସଙ୍କଳ୍ପରୁ ସିଦ୍ଧି’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମହତକାଂକ୍ଷୀ ଯୋଜନାକୁ ୟେସ ଉଇ କ୍ୟାନ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ଆଗକୁ ଆସିଥିବାରୁ ଧର୍ମେନ୍ଦ୍ର ପ୍ରଶଂସା କରିଥିଲେ। ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ସ୍ୱେଚ୍ଛାସେବୀ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି।

D Prakash Rao at Yes We Canଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଭଲ କାମ କେବେ ବ୍ୟର୍ଥ ଯିବନି। ମନରେ ବିଶ୍ୱାସ ରଖି କାମ କଲେ ସଫଳତା ନିଶ୍ଚିତ ମିଳିବ। ବାଲେଶ୍ୱରର ଆଶା କର୍ମୀ ଯମୁନା ମଣି ଏବଂ କଟକର ଚା’ବିକାଳି ଡି ପ୍ରକାଶ ରାଓ ଭଲ କାମ ପାଇଁ ଆଜି ପ୍ରଶଂସିତ ହୋଇଛନ୍ତି।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ୧୩୦ କୋଟି ଦେଶବାସୀ ଯଦି ପାଦେ ପାଦେ ଆଗେଇବେ ତାହାଲେ ଦେଶ ୧୩୦ ପାଗ ଆଗକୁ ଯିବ। ଏହାକୁ ଓଡ଼ିଶାର ଯୁବ ସମାଜ ବୁଝିବା ଦରକାର। ଦେକୁ ସମୃଦ୍ଧ କରିବା ପାଇଁ ସଙ୍କଳ୍ପ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ ୨୦୧୩୬ରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ୨୦୩୬ ହେବାକୁ ଆହୁରି ୧୮ ବର୍ଷ ବାକି। ୨୦୩୬ ବେଳକୁ ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟ ଭାବେ ଛିଡ଼ା କରିବା ପାଇଁ ଏବେଠାରୁ ସଙ୍କଳ୍ପ ନେଇ କାମ କରିବା ଦରକାର।

Jamuna Mani Singh at Yes We Canପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନକୁ ଓଡ଼ିଶାର ସ୍ୱେଚ୍ଛାସେବୀ ଯୁବକମାନେ ଆଗେଇ ନେବାର ସମୟ ଆସିଛି। ଓଡ଼ିଶାକୁ ସଫା ସୁତୁରା ରଖିଲେ ଆମ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ। ବାହାରୁ ଅଧିକରୁ ଅଧିକ ପର୍ଯ୍ୟଟକ ଓଡ଼ିଶାକୁ ଆସିବେ।

ସଙ୍କଳ୍ପରୁ ସିଦ୍ଧି କାର୍ଯ୍ୟକ୍ରମରେ ୩୧୪ ବ୍ଲକ ଏବଂ ୧୧୩ଟି ସହରାଞ୍ଚଳରୁ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ୭ଟି ସଙ୍କଳ୍ପକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରି ‘ସମୃଦ୍ଧ ଭାରତ, ବିକଶିତ ଓଡ଼ିଶା’ ଗଠନ ପାଇଁ ସେମାନେ ସଙ୍କଳ୍ପ ନେଇଥିଲେ।

“ଯେଉଁମାନେ ଭଲ କାମ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ଦେବା ଦରକାର। ଭଲ ଲୋକମାନଙ୍କୁ ଖୋଜି ସେମାନଙ୍କ କାମ ପ୍ରଶଂସା କଲେ ହିଁ ଓଡ଼ିଶାର ଅନେକ ସମସ୍ୟା ସମାଧାନ ହୋଇପାରିବ। ୟେସ ଉଇ କ୍ୟାନ ଏହି କାମକୁ ଆଗକୁ ନେଇ ପାରିଛି। ଭଲ ଲୋକମାନଙ୍କୁ ଏକାଠି କରିପାରିଛି”, କହିଛନ୍ତି ଭଗବାନ ପ୍ରକାଶ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ସଙ୍କଳ୍ପ କଥା କହିଥିଲେ। ଏଥିରେ ଆଉ ଗୋଟିଏ ସଙ୍କଳ୍ପକୁ ଯୋଡ଼ିଛି ୟେସ ଉଇ କ୍ୟାନ। ୭ଟି ସଙ୍କଳ୍ପକୁ ନେଇ ୟେସ ଉଇ କ୍ୟାନ ତାର ଅଭିଯାନ ଆରମ୍ଭ କରିଛି। ଦୁର୍ନୀତିମୁକ୍ତ ଭାରତ, ସ୍ୱଚ୍ଛ ଭାରତ, ଦାରିଦ୍ର୍ୟମୁକ୍ତ ଭାରତ, ଆତଙ୍କବାଦମୁକ୍ତ ଭାରତ, ଜାତିବାଦମୁକ୍ତ ଭାରତ, ସାମ୍ପ୍ରଦାୟିକତାମୁକ୍ତ ଭାରତ ଏବଂ ବିକଶିତ ଓଡ଼ିଶାର ସଙ୍କଳ୍ପ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି।

ବିଶିଷ୍ଟ ସମାଜସେବୀ ଅରୁନ୍ଧତୀ ଦେବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୟେସ୍ ଉଇ କ୍ୟାନର ଅଭିଯାନକୁ ପ୍ରଶଂସା କରିବା ସହ ଭଲ ଲୋକଙ୍କୁ ଖୋଜିବା ଉପରେ ମତ ଦେଇଥିଲେ।

ୟେସ ଉଇ କ୍ୟାନର ପ୍ରତିଷ୍ଠାତା ଶିଶିର କହିଛନ୍ତି ଯେ ଓଡ଼ିଶାକୁ ଆତଙ୍କବାଦମୁକ୍ତ, ଦାରିଦ୍ର୍ୟମୁକ୍ତ, ଦୁର୍ନୀତିମୁକ୍ତ ଏବଂ ସଫାସୁତୁରା ରଖିବା ପାଇଁ ଯୁବ ସମାଜ ସଙ୍କଳ୍ପ ନେଲେ ହିଁ ଆମକୁ ସିଦ୍ଧି ମିଳିବ।

ଏହି କାର୍ଯ୍ୟକ୍ରମରେ ଡି ପ୍ରକାଶ ରାଓ ଏବଂ ଯମୁନାମଣି ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ରାଓ କଟକରେ ୭୦ ବର୍ଷ ହେଲା ଚା ବିକି ଅନାଥ ଶିଶୁମାନଙ୍କୁ ପାଠ ପଢ଼ାଉଛନ୍ତି। ଯମୁନା ଜଣେ ଆଶା କର୍ମୀ ହୋଇ ମଧ୍ୟ ସେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି। ଉଭୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ପ୍ରଶଂସା କରିଥିଲେ।

Comment