ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। କିନ୍ତୁ ତାଙ୍କୁ ଏବେ ମେଡିକାଲରୁ ଡିସଚାର୍ଜ କରାଯିବ ନାହିଁ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। 

ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। କିନ୍ତୁ ତାଙ୍କୁ ମେଡିକାଲରୁ ଏବେ ଡିସଚାର୍ଜ କରାଯିବ ନାହିଁ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇ କୁହାଯାଇଛି ଯେ ବାଜପେୟୀଙ୍କୁ ଇଞ୍ଜେକସନ୍ ଦ୍ଵାରା ଆଣ୍ଟିବାଓଟିକ୍ ଦିଆଯାଉଛି। ଇନଫେକସନ୍ ନିୟନ୍ତ୍ରଣ ହେବା ଯାଏଁ ତାଙ୍କୁ ମେଡିକାଲରେ ରଖାଯିବ।

ରୁଟିନ ଚେକଅପ ପାଇଁ ତାଙ୍କୁ ଏମ୍ସ ନିଆଯାଇଥିବାବେଳେ ମେଡିକାଲରେ ଭର୍ତ୍ତି କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ସେପଟେ ଏମ୍ସକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଏଲ୍କେ ଆଡଭାନୀ, ମୂରଲି ମନୋହର ଯୋଶୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭଳି ବହୁ ତୁଙ୍ଗ ନେତା ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

Comment