ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଗଠନ କଲେ ଏକ୍ସପର୍ଟ ଟିମ୍। ଏହି ଟିମ୍ ଦେଶର ପ୍ରମୁଖ ମନ୍ଦିର ପରିଦର୍ଶନରେ ଯିବେ।

ରାଜ୍ୟ ସରକାରଙ୍କୁ ଘାରିଛି ଶ୍ରୀମନ୍ଦିର ପରିଚାଳନା ଚିନ୍ତା। ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଜି ଗଠନ କରିଛନ୍ତି ଏକ୍ସପର୍ଟ ଟିମ୍। ଏହି ଟିମ୍ ଦେଶର ପ୍ରମୁଖ ମନ୍ଦିର ବୁଲିବେ। ସେଠାରେ କେଉଁ ଢଙ୍ଗରେ ମନ୍ଦିର ପରିଚାଳନା ତାହା ଅନୁଧ୍ୟାନ କରିବେ। ସେହି ଆଧାରରେ ଶ୍ରୀମନ୍ଦିର ପରିଚାଳନା କରାଯିବ।

ଏକ୍ସପର୍ଟ ଟିମ୍‌ ଗଠନ ନେଇ ଆଜି ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଆଧାରରେ ୩ ଜଣିଆ ଏକ୍ପର୍ଟ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଅଧ୍ୟକ୍ଷ ରହିଛନ୍ତି ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀ।

ଏହି ଟିମ୍ ବିଭିନ୍ନ ମନ୍ଦିର ପରିଦର୍ଶନ କରି ଜୁନ୍ ୩୦ ସୁଦ୍ଧା ରିପୋର୍ଟ ଦେବେ।

ଶ୍ରୀମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ହେଉଥିବା ଏବଂ ଭକ୍ତମାନଙ୍କୁ ଶୋଷଣ କରାଯାଉଥିବା ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ୮ ତାରିଖରେ ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ପାଇଁ ଏକ୍ସପର୍ଟ ଟିମ୍ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଏକ୍ସପର୍ଟ ଟିମ୍ ବୈଷ୍ଣୋଦେବୀ ମନ୍ଦିର, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର ଏବଂ ତିରୁପତି ମନ୍ଦିରର ପରିଚାଳନା କେମିତି ହେଉଛି ତାର ତଦାରଖ କରିବା ପାଇଁ କହିଥିଲେ ସୁପ୍ରିମକୋର୍ଟ।

Comment