ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜି ରାଉତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରାଯାଉଛି ଓ ଏହା ଆସନ୍ତା ଅକ୍ଟୋବର ମାସରେ ରିଲିଜ ହେବ। ଭାରତର ସ୍ୱାଧୀନତା ସଂଗ୍ରାମରେ ବାଜି ରାଉତ ଏକ ଅମ୍ଳାନ ଇତିହାସ ଓ ସେ ହେଉଛନ୍ତି ମୁକ୍ତି ସଂଗ୍ରାମର କନିଷ୍ଠତମ ସହିଦ।

୧୯୩୮ ଅକ୍ଟୋବର ୧୧ ତାରିଖରେ ବ୍ରିଟିଶ ଗୁଳିରେ ଟଳି ପଡିଥିବା ବାଜି ରାଉତଙ୍କ ଉପରେ ଫିଲ୍ମ ନିର୍ମାଣ ପାଇଁ ଆଗେଇ ଆସିଛି କିଛି ସୃଜନଶୀଳ ଯୁବକଙ୍କୁ ନେଇ ଗଠିତ ବ୍ୟାନର ‘ଏକଜିଭିଟ’। ବାଜି ରାଉତଙ୍କ ସାହସିକତା ଓ ଦେଶର ମୁକ୍ତି ସଂଗ୍ରାମରେ ତାଙ୍କ ଅବଦାନ ସମ୍ପର୍କରେ ଆନ୍ତର୍ଜାତିକ ସ୍ତରରେ ଲୋକଙ୍କୁ ମନେପକାଇ ଦେବା ପାଇଁ ଏହି ଚିତ୍ର ନିର୍ମାଣରେ ହାତ ଦେଲୁ ବୋଲି କହିଛନ୍ତି ନିର୍ଦ୍ଦେଶକ ଚିନ୍ମୟ ଦାସ। ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିବା ଏହି ଫିଲ୍ମର ବର୍ତ୍ତମାନ ପୋଷ୍ଟ-ପ୍ରଡକ୍ସନ କାମ ଚାଲିଛି। ଚିନ୍ମୟ ଏହାପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ୪ଟି ଫିଲ୍ମ ନିର୍ମାଣ କରିଛନ୍ତି। ସେଥିମଧ୍ୟରୁ ମହାନଦୀ ଗୋଟିଏ।

ନୂତନ ଭାବେ ଆସିଥିବା ଅରିଜିତ ମିଶ୍ର ବାଜି ରାଉତ ଭୁମିକାରେ ଅଭିନୟ କରିଛନ୍ତି। ସତ୍ୟବ୍ରତ ରଥ ଏହି ଫିଲ୍ମର ପ୍ରୋଯାଜକ। ତାଙ୍କ କହିବା ଅନୁସାରେ ଆମ ଇତିହାସ ଓ ସଂସ୍କୃତିର ମୂଳକୁ ଯାଇ ଚିତ୍ର ନିର୍ମାଣ ପାଇଁ ଆମେ ବଦ୍ଧପରିକର। ‘ବାଜି: ଦି ଇମ୍ମୋର୍ଟାଲ ବୋଟ ବୟ’ କୁ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲକୁ ପଠାଯିବାର ଯୋଜନା ରହିଛି ବୋଲି ନିର୍ଦ୍ଦେଶକ ଚିନ୍ମୟ ଦାସ କହିଛନ୍ତି।

Comment