ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାଜ ବବର ବଲିଉଡର ଆଗଧାଡ଼ିର ନାୟକମାନଙ୍କ ଭିତରୁ ଜଣେ। ତାଙ୍କ ବିଷୟରେ କିଛି ଅଜଣା କଥା ବିଷୟରେ ଆସନ୍ତୁ ଜାଣିବା

ଲୋକପ୍ରିୟ ଅଭିନେତା ରାଜ ବବର ୧୯୭୨ରୁ ୧୯୭୫ ଯାଏଁ ନାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଡିପ୍ଲୋମା ହାସଲ କରିବା ପରେ ବଲିଉଡରେ ସଂଘର୍ଷ ଆରମ୍ଭ କରିଥିଲେ। ପ୍ରାୟ ଦୁଇବର୍ଷର ଷ୍ଟ୍ରଗଲ୍ ପରେ ରାଜ ବବରଙ୍କୁ ବ୍ରେକ୍‌ ମିଳିଥିଲା ‘କିସ୍‌ସା କୁର୍ସି କା’।

ଅମିତାଭଙ୍କ ସହ କେବଳ ଗୋଟିଏ ଫିଲ୍ମ

ପ୍ରାୟ ୪୧ ବର୍ଷର କ୍ୟାରିଅର ଭିତରେ ରାଜ୍‌ ବବର ଦେଢ଼ ଶହରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ରାଜ୍ ବବର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି। ଆସନ୍ତୁ ଜାଣିବା କାହିଁକି।

‘ଇନ୍‌ସାଫ୍‌ କା ତରାଜୁ ଓ ‘ଆଜ୍‌ କି ଆୱାଜ୍‌’ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିବା ପରେ ବଲିଉଡରେ ଅନେକ ଲୋକ ରାଜ ବବରଙ୍କୁ ‘ଲୋ ବଜେଟ୍ ଅମିତାଭ’ ବୋଲି କହିବାକୁ ଲାଗିଲେ। ଏହାକୁ ନେଇ ଅମିତାଭ ବଚ୍ଚନ ଖୁସୀ ନଥିଲେ କି ରାଜ ବବର ଏହାକୁ ପସନ୍ଦ କରୁନଥିଲେ।

ଏହାକୁ ନେଇ ଅମିତାଭ ବଚ୍ଚନ ଓ ରାଜ ବବରଙ୍କ ଭିତରେ ଭଲ ସମ୍ପର୍କ ମଧ୍ୟ ନଥିଲା।

ଯେତେବେଳେ ନିର୍ମାତା ପ୍ରକାଶ ମେହେରା ‘ନମକହଲାଲ’ ନିର୍ମାଣ କରୁଥିଲେ, ସେତେବେଳେ ସେ ଏଥିରେ ଅଭିତାଭ ବଚ୍ଚନଙ୍କ ସହିତ ରାଜ ବବରକୁ ନେବାକୁ ଚାହୁଁନଥିଲେ। କିନ୍ତୁ ଅମିତାଭ ରାଜଙ୍କ ସହ କାମ କରିବାକୁ ଅନିଛୁକ ଥିଲେ। ଏ କଥା ଜାଣିବା ପରେ ସେହି ଭୂମିକାଟି ମିଳିଥିଲା ଶଶୀ କପୁରଙ୍କୁ।

ଅମିତାଭ ବଚ୍ଚନ ଓ ରାଜ୍ ବବର ଏଯାଏଁ କେବଳ ଗୋଟିଏ ସିନେମା ‘ବଣ୍ଟି ଔର୍ ବବଲି’ରେ ଏକାଠି କାମ କରିଛନ୍ତି। ଶାଦ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ଥିଲେ ଲିଡ୍‌ ରୋଲରେ।

‘ଇନ୍‌ସାଫ୍‌ କା ତରାଜୁ’ ପଛର କାହାଣୀ

ବଲିଉଡର ଲୋକପ୍ରିୟ ଅଭିନେତା ରାଜ ବବର ତାଙ୍କର ୩୮ ବର୍ଷର କ୍ୟାରିଅର୍ ଭିତରେ ଅନେକ ପ୍ରକାରର ଭୂମିକା ନିଭାଇଛନ୍ତି। ସେ ପରଦାରେ ନାୟକ ବନିଛନ୍ତି, ସେ ମଧ୍ୟ ନିଭାଇଛନ୍ତି ଖଳନାୟକ ଭୂମିକା।

ରାଜ ବବରଙ୍କ ଏକ ଚର୍ଚ୍ଚିତ ସିନେମା ହେଲା ‘ଇନ୍‌ସାଫ୍‌ କା ତରାଜୁ’। ଏହି ଫିଲ୍ମର ସୁଟିଂ ସମୟରେ ଖୁବ୍‌ ନଭର୍ସ ହୋଇଯାଇଥିଲେ ରାଜ୍ ବବର। ପ୍ରଥମ କଥା ହେଲା ଯେ ସେ ଏହି ସିନେମାରେ ତାଙ୍କୁ ସେ ସମୟର ଲୋକପ୍ରିୟ ନାୟିକା ଜୀନତ ଅମାନଙ୍କ ସହିତ ଦୁଷ୍କର୍ମ ଦୃଶ୍ୟ ପାଇଁ ସଟ୍ ଦେବାର ଥିଲା।

ସେତେବେଳେ ରାଜ ବବର ଥିଲେ ଜଣେ ଷ୍ଟ୍ରଗଲର୍, ଆଉ ଜୀନତ୍ ଅମାନ୍ ଜଣେ ଟପ୍ ହିରୋଇନ୍। ଏହି ରେପ୍‌ ସିନ୍‌ କରିବା ପୂର୍ବରୁ ରାଜ୍ ବବର ଖୁବ୍‌ ଡରୁଥିଲେ। କାଳେ ଜୀନତ୍ ରାଗିଯିବେ। କାରଣ ଏହି ଦୃଶ୍ୟ ତାଙ୍କୁ ଜୀନତ ଅମାନ୍‌ଙ୍କୁ ରେପ୍‌ କରିବା ପୂର୍ବରୁ ହାତରେ ମାଡ଼ ମଧ୍ୟ ମାରିବାକୁ ପଡ଼ିବ।

ଏତେ ବଡ଼ ନାୟିକାଙ୍କ ଉପରକୁ କେମିତି ହାତ ଉଠାଇବେ ଓ ଏହି ରେପ୍‌ ସିନ୍ କେମିତି କରିବେ, ସେ କଥା ଭାବିବା ବେଳକୁ ତାଙ୍କ ଦେହ ଝାଳରେ ଓଦା ହୋଇଯାଇଥିଲା।

ଜୀନତ ଅମନ୍ ରାଜ ବବରଙ୍କ ଅବସ୍ଥା ଦେଖି ତାଙ୍କୁ ସହଜ କରାଇବା ଲାଗି ସିନ୍‌ର ରିହର୍ସାଲ୍ କରିଥିଲେ। ତା’ ପରେ ଟେକ୍ ନିଆଗଲା। ଗୋଟିଏ ଟେକରେ ସିନ୍‌ଟିକୁ ଓକେ କରିଥିଲେ ନିର୍ଦ୍ଦେଶକ।

Comment