ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ବକ୍ସ ଅଫିସରେ ଧୂମ୍ ମଚାଇଛି। ପରଦାରେ ଧମାକାଦାର ଏଣ୍ଟ୍ରି ସାଙ୍ଗକୁ ୧୦୦କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ସଞ୍ଜୁ’।

ବଲିଉଡର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତଙ୍କ ବାଓପିକ୍‌ ‘ସଞ୍ଜୁ’ ଚଳିତବର୍ଷର ସବୁଠୁ ରେକର୍ଡ ବ୍ରେକର ଫିଲ୍ମ ଭାବେ ‘ବାହୁବଳୀ’କୁ ପଛରେ ପକାଇଛି।

ଏହି ଫିଲ୍କ ଦେଖିବା ପାଇଁ ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ବେଶ ଭିଡ଼ ଜମିଥିଲା। ପ୍ରାରମ୍ଭିକ ସଫଳତା ଆଧାରରେ ୨୦୧୮ରେ ‘ସଞ୍ଜୁ’ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ବୋଲି ସିନେ ସମୀକ୍ଷକ ମତ ଦେଇଛନ୍ତି।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର କପୁର ଚତ୍ମକାର ଅଭିନୟ କରିଛନ୍ତି। ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ଅଭିନୟ କରୁଛନ୍ତି। ତାଙ୍କ ପିତା ସୁନିଲ ଦତ୍ତଙ୍କ ଭୁମିକାରେ ନଜର ଆସିଛନ୍ତି ପରେଶ ରାୱଲ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ଏଥିରେ ଅନୁଷ୍କା ଶର୍ମା, ସୋନମ କପୁର, ଦିଆ ମିର୍ଜାଙ୍କ ଭଳି କଳାକାର ନଜର ଆସିଛନ୍ତି।

ଆସନ୍ତୁ ଜାଣିବା ‘ସଞ୍ଜୁ’ ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା

ସଂଜିତା ଦାସ

‘ସଞ୍ଚୁ’ ଫିଲ୍ମଟି ଦୃଦୟକୁ ଛୁଇଁଛି। ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ଜୀବନ୍ତ ଅଭିନୟ କରିଛନ୍ତି। ରାଜକୁମାର ହିରାନୀ ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ ହୋଇଥିବାରୁ ଫିଲ୍ମ ହିଟ ହେବା ସ୍ଵାଭାବିକ।

ଅଙ୍କିତା

ରଣବୀରଙ୍କ ଅଭିନୟ ବହୁତ ଭଲ ଲାଗିଲା। ଫିଲ୍ମରେ ସଂଜୟ ଦତ୍ତଙ୍କ ଜୀବନୀ ଖୁବ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛିା ଖାସ୍‌ ଭାବେ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସଙ୍କ ଭୂମିକାରେ ମନିଷା କୋଇରାଲଙ୍କ ଅଭିନୟ ବେଶ୍‌ ଆକର୍ଷଣୀୟ ଥିଲା।

ପୁଷ୍ପାଞ୍ଜଳି ନାୟକ

‘ସଞ୍ଜୁ’ ଚଳିତବର୍ଷର ସୁପରହିଟ ଫିଲ୍ମ। କାହାଣୀଠାରୁ ଆରମ୍ଭ କରି ଫିଲ୍ମର ଷ୍ଟାରକାଷ୍ଟ ସବୁକ୍ଷେତ୍ରରେ ଫିଲ୍ମ ଆଗରେ ରହିଛି। ପ୍ରକୃତରେ କହିବାକୁ ଗଲେ ରାଜ କୁମାର ହିରାନୀଙ୍କ ମାଷ୍ଟରପିସ୍ ଫିଲ୍ମ।

ମୁନ୍ନା

ଆଜି ପର୍ଯ୍ୟନ୍ତ ଯେତେ ବାଓପିକ୍‌ ଫିଲ୍ମ ନିର୍ମାଣ ହୋଇଛି ତା’ମଧ୍ୟରୁ ସଞ୍ଜୁ ସର୍ବଶ୍ରେଷ୍ଠ। ରଣବୀର କପୁରଙ୍କ ଅଭିନୟ ଝାକାସ୍ ହୋଇଛି।

ଶିଶିରକାନ୍ତ ସାମଲ

ଏହା ଏକ ପାରିବାରିକ ସିନେମା। ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ସଂଘର୍ଷ କାହାଣୀ ଦେଖି ଆଖିରେ ଲୁହ ଆସିଗଲା। ଫିଲ୍ମରେ ସମସ୍ତଙ୍କ ଅଭିନୟ ଉଚ୍ଚକୋଟୀର ଥିଲା।

ପାୟଲ

ଫିଲ୍ମଟି ବହୁତ ଭଲ ହୋଇଛି। ରଣବୀରଙ୍କ ଅଭିନୟ ଅତୁଳନୀୟ। ସଂଜୟ ଦତ୍ତଙ୍କ ଜୀବନ କାହାଣୀକୁ ପରଦାରେ ଦେଖି ବେଶ୍‌ ଖୁସି ଲାଗୁଛି।

Comment