ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ ମସିହାର ପ୍ରଥମ ଛଅମାସ ଭିତରେ କିଛି ହିନ୍ଦୀ ସିନେମା ସୁପରଫ୍ଲପ୍ ହୋଇଛି। ଆସନ୍ତୁ ନଜର ପକାଇବା ସେହି ବଲିଉଡ ଚଳଚ୍ଚିତ୍ର ଉପରେ…

୨୦୧୮ ମସିହାର ପ୍ରଥମ ଛଅମାସରେ ଅନେକ ହିନ୍ଦୀ ସିନେମା ରିଲିଜ୍ ହୋଇଛି। ହେଲେ ଏଥିମଧ୍ୟରୁ ଅଳ୍ପ କେତୋଟି ସିନେମା ହିଟ୍, ସୁପରହିଟ୍ ବା ବ୍ଲକବଷ୍ଟର ହୋଇଛି। ଆଉ ଅଧିକାଂଶ ଫିଲ୍ମ ଫ୍ଲପ୍ ହୋଇଛି। ଆସନ୍ତୁ ଜାଣିବା କେଉଁ ସିନେମାଗୁଡ଼ିକ ଫ୍ଲପ୍ ବା ସୁପରଫ୍ଲପ୍ ଶ୍ରେଣୀଭୁକ୍ତ ହୋଇଛି।

ଭାବେଶ ଯୋଶୀ ସୁପରହିରୋ

ବଲିଉଡର ନାମୀ ଷ୍ଟାର୍ ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ଦ୍ୱିତୀୟ ସିନେମା ହେଲା ‘ଭାବେଶ ଯୋଶୀ ସୁପରହିରୋ’। ଏହାର ନିର୍ଦ୍ଦେଶନା ଦେଇଥିଲେ ବିକ୍ରମାଳିତ୍ୟ ମୋଟୱାନି। ଏହି ସିନେମାର ବଜେଟ୍ ହେଲା ୨୧ କୋଟି। କିନ୍ତୁ ଏହା କେବଳ ୧ କୋଟି ୪୨ ଲକ୍ଷ ଟଙ୍କା ଆୟ କରିପାରିଥିଲା। ଅର୍ଥାତ୍ ଏହାକୁ ସୁପରଡୁପର ଫ୍ଲପ୍ ବୋଲି କୁହାଯିବ।

ଥ୍ରି ଷ୍ଟୋରିଜ୍

ହିତେଶ୍‌ ସିଧ୍ୱାନୀ, ଫରହାନ୍ ଅଖତର ଓ ପ୍ରିୟା ଶ୍ରୀଧରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ‘ଥ୍ରି ଷ୍ଟୋରିଜ୍’ର ବଜେଟ୍ ଥିଲା ୧୦ କୋଟି। କିନ୍ତୁ ଏହା ମାତ୍ର ୨ କୋଟି ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା। ଏହି ଫିଲ୍ମରେ ରିଚା ଚଢ଼ା, ଶରମନ୍ ଯୋଶୀ ଓ ପୁଲକିତ ସମ୍ରାଟ୍ ମେନ୍ ଲିଡରେ ନଜର ଆସିଥିଲେ। ଅର୍ଜୁନ ମୁଖାର୍ଜୀ ଥିଲେ ଏହାର ନିର୍ଦ୍ଦେଶକ।

ଓମର୍ଟା

ଅଭିନେତା ରାଜ କୁମାର ରାଓ ବେଶ୍ ଚର୍ଚ୍ଚାରେ ଥିବା ସତ୍ତ୍ୱେ ତାଙ୍କ ଅଭିନୀତ ଏକ ସିନେମା ଚଳିତବର୍ଷ ସୁପରଫ୍ଲପ୍ ହୋଇଛି। ଏହି ସିନେମା ଟାଇଟଲ୍ ହେଲା ‘ଓମର୍ଟା’। ଏହାର ବଜେଟ୍ ଥିଲା ୧୨ କୋଟି, ହେଲେ ବକ୍ସଅଫିସରେ ଏହାର ଆୟ ହେଲା ମାତ୍ର ୩ କୋଟି। ଏହାକୁ ରାଜ କୁମାର ରାଓଙ୍କ କ୍ୟାରିଅରର ସବୁଠାରୁ ବଡ଼ ଫ୍ଲପ୍ ବୋଲି କୁହାଯାଇପାରେ।

ୱେଲକମ୍ ଟୁ ନ୍ୟୁୟର୍କ

ବଲିଉଡର ଜଣାଶୁଣା ନାୟିକା ସୋନାକ୍ଷୀ ସିହ୍ନା, ଦିଲଜିତ୍ ଦୋସଂଜ, କରଣ ଜୋହର୍, ରିତେଶ ଦେଶମୁଖ୍, ଲାରା ଦତ୍ତ ଓ ଆଦିତ ରାୟ କପୁରଙ୍କ ଅଭିନୀତ ‘ୱେଲକମ୍ ଟୁ ନ୍ୟୁୟର୍କ’ର ବଜେଟ୍ ଥିଲା ୩୪ କୋଟି। ଏହା ବି ସୁପରଫ୍ଲପ୍ ହୋଇଥିଲା, କାରଣ ଏହାର ଆୟ ହେଲା ମାତ୍ର ୩ କୋଟି ଟଙ୍କା।

କାଲାକାଣ୍ଡି

ସୈଫ୍ ଅଲ୍ଲୀ ଖାନ୍ ଓ କୁନାଲ ରାୟ କପୁରଙ୍କ ଅଭିନୀତ ବ୍ଲାକ୍‌- କମେଡି ‘କାଲାକାଣ୍ଡି’ ବି ଏ ବର୍ଷର ଏକ ସୁପରଫ୍ଲପ ସିନେମା ସାବ୍ୟସ୍ତ ହୋଇଛି। ଏହାର ବଜେଟ୍ ଥିଲା ୧୮ କୋଟି, ମାତ୍ର ଏହା ୭ କୋଟି ୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।

ମୁକ୍‌କାବାଜ୍

ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନିର୍ଦ୍ଦେଶିତ ‘ମୁକ୍‌କାବାଜ୍‌’ର ବଜେଟ୍ ଥିଲା ୧୨ କୋଟି ଟଙ୍କା। କିନ୍ତୁ ଏହାକୁ ଆୟ ବାବଦକୁ ମିଳିଥିଲା ମାତ୍ର ୧୦ କୋଟି ଟଙ୍କା। ଅର୍ଥାତ୍ ଏହା ଫ୍ଲପ୍ ଶ୍ରେଣୀଭୁକ୍ତ ହୋଇଛି।

ଅୟାରି

‘ଅୟାରି’ ସିନେମାରେ ସିଦ୍ଧାର୍ଥ ମାଲହୋତ୍ରା, ମନୋଜ ବାଜପେୟୀ, ରକୁଲ ପ୍ରୀତସିଂହ, ନସିରୁଦ୍ଧିନ ଶାହା ଓ ଅନୁପମ ଖେର ପ୍ରମୁଖ ଅଭିନେତାଙ୍କୁ ଦେଖିବାକୁ ମିଳିଥିଲେ ବି ଏହା ସୁପରଫ୍ଲପ୍ ହୋଇଛି। ପ୍ରାୟ ୬୫ କୋଟି ବଜେଟରେ ନିର୍ମିତ ଏହି ସିନେମା ମାତ୍ର ୧୭ କୋଟି ଟଙ୍କାର ବ୍ୟବସାୟ କରିଛି। ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ କ୍ୟାରିଅରର ଏହା ସବୁଠାରୁ ବଡ଼ ଫ୍ଲପ୍ ସିନେମା ବୋଲି କୁହାଯାଉଛି।

ବ୍ଲାକ୍‌ମେଲ୍‌

ଅଭିନୟ ଦେଓଙ୍କ ନିର୍ଦ୍ଦେଶିତ ‘ବ୍ଲାକମେଲ୍’କୁ ବି ଆଶାନୁରୂପ ବ୍ୟାବସାୟିକ ସଫଳତା ମିଳିନଥିଲା। ଇରଫାନ୍ ଖାନ୍, କୀର୍ତ୍ତି କୁହ୍ଲାରି ଅରୁଣୋଦୟ ସିଂହ ଓ ଦିବ୍ୟାଦତ୍ତା ପ୍ରମୁଖ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ‘ବ୍ଲାକମେଲ୍’ର ବଜେଟ୍ ଥିଲା ୨୦ କୋଟି ଟଙ୍କା ଓ ଏହା ୧୯ କୋଟି ଟଙ୍କାର ବ୍ୟବସାୟ କରିଥିଲା।

Comment