ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଷ୍ଟାରମାନେ ଦାମୀକାର୍ ଚଢ଼ନ୍ତି, ଏକଥା ସମସ୍ତଙ୍କୁ ଜଣା ହେଲେ ଜାଣନ୍ତି କି କାହା ପାଖରେ କେତେ ଦାମିକା କାର୍ ଅଛି!

ଶାହରୁଖ୍ ଖାନ୍

ନିଜ ପାଖରେ ଦାମୀ କାର ରଖିବା ସ‍ଉକରେ ଶାହରୁଖ୍ ଖାନ୍ ସବୁ ବଲିଉଡ ଷ୍ଟାରମାନଙ୍କଠାରୁ ବେଶ୍‌ ଆଗରେ। ତାଙ୍କ ପାଖରେ ବୁଗାଟି ବେରନ୍ କାର୍ ଅଛି, ଯାହାର ମୂଲ୍ୟ ୧୨ କୋଟି ଟଙ୍କା। ସେ ଏହି କାରରେ ପ୍ରାୟତଃ ଯିବା ଆସିବା କରନ୍ତି। ଏହାଛଡା ଶାହରୁଖ୍ ଖାନଙ୍କ ପାଖରେ ବିଏମଡବ୍ଲ୍ୟୁ ୬ କନଭର୍ଟିବଲ୍, ଅଡି ୬, ରୋଲସ୍‍ ରୟସ ଫ୍ୟାଣ୍ଟମ୍ ଡ୍ରିଫଡ୍ କୁପେ, ବେଣ୍ଟଲି କଣ୍ଟିନେଣ୍ଟୋଲ୍ ଜିଟି ଓ ଲାଣ୍ଡ କ୍ରୁଜର ଆଦି କାର୍ ମଧ୍ୟ ଅଛି।

ଅମୀର ଖାନ୍

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନଙ୍କ ପାଖରେ ରହିଛି ୧୦ କୋଟି ଟଙ୍କାର ଦାମୀ ଷ୍ଟାର ମର୍ସିଡିଜ୍ ଏସ୍ ୬୦୦। ଏହାଛଡା ତାଙ୍କ ପାଖରେ ରୋଲସ୍‍ ରୟସ ଘୋଷ୍ଟ, ଟୋୟାଟା, ଫର୍ଚୁନର୍, ବେଣ୍ଟଲି କଣ୍ଟିନେଣ୍ଟାଲ୍, ବିଏମଡବ୍ଲ୍ୟୁ, ରେଞ୍ଜରୋବର ମଧ୍ୟ ଅଛି।

ହ୍ରିତିକ ରୋଶନ

ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ ରୋଶନ ଆଜିକାଲି ରୋଲସ୍‍ ରୋୟସ ଘୋଷ୍ଟ ସିରିଜ୍-୨ ଚଢ଼ୁଛନ୍ତି। ଏହି ଦାମୀ କାରର ମୂଲ୍ୟ ହେଉଛି ୭ କୋଟି ଟଙ୍କା। ଏତଦବ୍ୟତୀତ ରୋଲସ୍‍ ରୋୟସ ଘୋଷ୍ଟ ସିରିଜ୍ ୧, ମାସେରାଟି ସ୍ପାଇଡର କାର୍ ମଧ୍ୟ ତାଙ୍କର ଅଛି।

ଅମିତାଭ ବଚ୍ଚନ

ବିଗ୍ ବି ଅମିତାଭ ବଚ୍ଚନ ସାଢ଼େ ତିନି କୋଟି ମୂଲ୍ୟର ରୋଲସ୍‍ ରୟସ୍‌ ଫ୍ୟାଣ୍ଟମରେ ଯିବାଆସିବା କରୁଛନ୍ତି। ଏବେ ଅମିତାଭଙ୍କ ପାଖରେ ୨୫ଟି କାର୍ ରହିଛି। ଏଥିମଧ୍ୟରେ ବେଣ୍ଟଲି ଅର୍ନଜେ ଆର୍, ଲେକସସ୍ ଏଲଏକ୍ସ ୪୭୦ ଆଦି କାର୍ ମଧ୍ୟ ରହିଛି।

ରଣବୀର ସିଂହ

ବଲିଉଡର ଲୋକପ୍ରିୟ ନାୟକ ରଣବୀର ସିଂହ ଏବେ ନିଜର ଧଳା ଆଷ୍ଟନ୍ ମାର୍ଟିନ୍ ରାପିଡ୍‍ ଏସ୍ କାରରେ ଯାତାୟାତ କରୁଛନ୍ତି। ଏହି କାରର ମୂଲ୍ୟ ୩ କୋଟି ୩୦ ଲକ୍ଷ ଟଙ୍କା। ଏହାଛଡ଼ା ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ ଜିଏଲଏସ୍ ଓ ଜାଗୁଆର ଏକ୍ସଜେଡ ଭଳି ଦାମୀ କାର୍ ବି ଅଛି।

ରଣବୀର କପୁର

ବଲିଉଡର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ପାଖରେ ଅଡି ଆର୍ ୮ ଅଛି, ଯାହାର ମୂଲ୍ୟ ୨ କୋଟି ଟଙ୍କା। ତାଙ୍କ ପାଖରେ ରେଞ୍ଜ ରୋଭର ସ୍ପୋର୍ଟ୍‌ସ୍‌, ଅଡି ଏ୮ ଏଲ୍, ମର୍ସିଡିଜ୍ ବେଞ୍ଜ ଜି୬୩ ଏଏମଜି ମଧ୍ୟ ଅଛି।

ସଲମାନ ଖାନ

ସଲମାନ ଖାନ୍ ଏବେ ଅଡି ଆରଏସ ୭ର ସ୍ପୋର୍ଟ୍‌ସ୍‍ ଭର୍ସନ କାରରେ ଯାତାୟାତ କରୁଛନ୍ତି। ଏହି କାରର ମୂଲ୍ୟ ୧ କୋଟି ୩୬ ଲକ୍ଷ ଟଙ୍କା। ଏହାଛଡ଼ା ତାଙ୍କ ପାଖରେ ଟୋୟାଟୋଲାଣ୍ଡ କ୍ରୁଜର, ବିଏମଡବ୍ଲୁ ଏକ୍ସ୬, ଅଡି ଆର୍୮, ମର୍ସିଡିଜ୍ ବେଞ୍ଜ ଏମ କ୍ଲାସ ଭଳି କାର ବି ରହିଛି।

ସଞ୍ଜୟ ଦତ୍ତ

ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ ସ୍ପୋର୍ଟସ କାର୍ ବେଶୀ ପସନ୍ଦ କରନ୍ତି। ତାଙ୍କ ପାଖରେ ଫରାରି ୫୯୯ ଅଛି, ଯାହାର ମୂଲ୍ୟ ୩ କୋଟି ଟଙ୍କା। ଏହାଛଡା ତାଙ୍କ ପାଖରେ ଲେକସସ୍ ଏଲଏକ୍ସ ୪୭୦ କାର୍ ମଧ୍ୟ ଅଛି।

Comment