ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚର୍ଚ୍ଚାରେ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେ। ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ରୋଡ୍ରିଗୋ ଏବେ ଭଗବାନଙ୍କୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି

ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଦୁତର୍ତେ ପୁଣି ଏକ ବୟାନକୁ ନେଇ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି। “ଯଦି କେହି ଭଗବାନଙ୍କ ଅସ୍ତିତ୍ୱକୁ ପ୍ରମାଣ କରିଦେବ ତେବେ ମୁଁ ନିଜ ପଦରୁ ଇସ୍ତଫା ଦେବି”, କହିଛନ୍ତି ଫିଲିପାଇନ୍ସର ରାଷ୍ଟ୍ରପତି। ଏକଥାକୁ ନେଇ ବିବାଦ ଉଠିଛି।

ଏହାପୂର୍ବରୁ ରାଷ୍ଟ୍ରପତି ରୋଡ୍ରିଗୋ ଭଗବାନଙ୍କୁ ଷ୍ଟୁପିଡ୍ କହି ଚର୍ଚ୍ଚାକୁ ଆସିଥିଲେ। ରାଷ୍ଟ୍ରପତିଙ୍କ ନୂଆ ବୟାନକୁ ନେଇ ରୋମାନ କ୍ୟାଥୋଲିକ୍ ଆସ୍ଥା ଦେଶ ଫିଲିପାଇନ୍ସରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି।

ରାଷ୍ଟ୍ରପତି ଭଗବାନଙ୍କୁ ନେଇ ସର୍ବଦା ଏଭଳି କଦର୍ଥ କଥା କହୁଥିବାରୁ ଚର୍ଚ୍ଚ ସହ ରାଷ୍ଟ୍ରପତିଙ୍କର ସମ୍ବନ୍ଧ ସବୁବେଳେ ଖରାପ ରହିଆସିଛି।

ଶୁକ୍ରବାର ସେ କ୍ୟାଥୋଲିକ୍ ଆସ୍ଥାର କିଛି ବେସିକ୍ ପ୍ରିନ୍ସିପୁଲ୍ ଉପରେ ପ୍ରଶ୍ନ ଉଠାଇଥିଲେ।

ଯଦି କେହି କୌଣସି ପ୍ରମାଣ, ଫଟୋ କିମ୍ବା ସେଲଫିରେ ଏହା ପ୍ରମାଣ କରିଦେବ ଯେ, କୌଣସି ମଣିଷ ଭଗବାନଙ୍କ ସହ ମିଶିସାରିଛି କିମ୍ବା ଭଗବାନଙ୍କୁ ଦେଖିସାରିଛି, ତେବେ ସେ ସଙ୍ଗେ ସଙ୍ଗେ ନିଜ ପଦରୁ ଇସ୍ତଫା ଦେବେ କହିଥିଲେ ରାଷ୍ଟ୍ରପତି ରୋଡ୍ରିଗୋ।

Comment