ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜଲ୍‌ଦି ଫେମସ୍ ହେବାର ପାଗଳାମି
  • ସୁଯୋଗ ଦେଉଛି ସୋସିଆଲ ମିଡିଆ
  • ସୋନୁ ପରେ ଏବେ କିକି ସଙ୍ଗ୍
  • ଚଳନ୍ତା କାରରୁ ଓହ୍ଲାଇ ଡ୍ୟାନ୍ସ

ଜଲ୍‌ଦି ଫେମସ୍‌ ହେବା ପାଇଁ ଆଜିର ଯୁବପିଢି କିଛି ବି କରିବାକୁ ରେଡ୍ଡି।  ଏଥିରେ ସେମାନଙ୍କୁ ବେଶ୍ ସହାୟ ହେଉଛି ସୋସିଆଲ୍ ମିଡିଆ। ଫେମସ୍ ହେବାପାଇଁ ସେମାନେ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। ସୋସିଆଲ ମିଡିଆରେ ଭାଇରାଲ ହେବାପଆଇଁ କିଏ ଗୀତ ଗାଉଛି ତ ଆଉ କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଛି।

ବିଗତ ଦିନରେ ଏଭଳି ଅନେକ ଘଟଣାର ନଜିର ରହିଥିବା ବେଳେ ଏବେ ଆଉ ଏକ ଏଭଳି ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚେଇଛି।  ସୋନୁ ସଙ୍ଗ ପରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି କିକି ସଙ୍ଗ। କାନାଡିଆନ୍ ରାପର୍ ଡ୍ରେକଙ୍କ ଗୀତ ‘କିକି ଡୁ ୟୁ ଲଭ୍ ମି’ ଗୀତରେ ହେଉଛି ଏହି ଚାଲେଞ୍ଜ।

ପ୍ରଥମେ ଆମେରିକୀୟ କମେଡିଆନ୍ ସିଗି ଏହି ଗୀତରେ ଡ୍ୟାନ୍ସ କରି ଏହାକୁ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଏହା ଖୁବ୍ କମ୍ ସମୟ ଭିତରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥଲା।  ଏହାପରେ ସିଗି କରିଥିବା ଡ୍ୟାନ୍ସକୁ ବଦଳାଇ ଅତି ବିପଦପୂର୍ଣ୍ଣ ଭାବେ ଏବେ ଏହି ନୃତ୍ୟକୁ ପରିବେଷଣ କରାଯାଉଛି।  ଇନ୍‌ଷ୍ଟାଗ୍ରାମରେ ଏହା ‘ହାସ୍‌ଟ୍ୟାଗ୍ ଇନ୍ ମାଇ ଫିଲିଙ୍ଗସ୍ ଚ୍ୟାଲେଞ୍ଜ’ ଭାବେ ପୋଷ୍ଟ କରାଯାଉଛି। ଏହା ଏ ପର୍ଯ୍ୟନ୍ତ ହାରାହାରି ଚାରି ଲକ୍ଷ ଥର ବ୍ୟବହୃତ ହୋଇ ସାରିଲାଣି।

ଅତି ବିପଦପୂର୍ଣ୍ଣ ଭାବେ ଚଳନ୍ତା କାରରୁ ଓହ୍ଲାଇ କାରର ବେଗ ସହ ସାମାନୁପାତିକ ଭାବେ ନୃତ୍ୟ କରି ପୁନର୍ବାର କାର୍‌ରେ ବସିବା ହେଉଛି ଏହି କିକି ଚ୍ୟାଲେଞ୍ଜ।

ଅନେକ ନାମୀଦାମୀ ଫୁଟ୍ବଲ ଖେଳାଳି  ଏହି ଚ୍ୟାଲେଞ୍ଜକୁ ଭାଇରାଲ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଚ୍ୟାଲେଞ୍ଜ ଯୁବପିଢିଙ୍କ ମଧ୍ୟରେ ଭିନ୍ନ ଏକ ଉନ୍ମାଦନା ସୃଷ୍ଟି କରିଥିଲା। ତେବେ ଏଥିରୁ ବାଦ୍ ପଡ଼ି ନାହାନ୍ତି ବଲିଉଡ୍ ସେଲିବ୍ରେଟି।

ହେଲେ ଏହା ଏକ ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ ହୋଇଥିବାରୁ ଏଥିରେ ଜୀବନ ପ୍ରତି ବିପଦ ରହିଛି। ଏମିତିକି ସୋସିଆଲ ମିଡିଆରେ ମଧ୍ୟ ଏହାର ଉଦାହରଣ ଦେଖିବାକୁ ମିଳୁଛି। ତେବେ ଏସବୁ କ’ଣ ବାସ୍ତବିକ ଏତେ ଗୁରୁତ୍ୱପୂର୍ଣ୍ଣ?

ସୋସିଆଲ୍ ମିଡିଆରେ ସାମାନ୍ୟ କିଛି ଲାଇକ୍ ଓ କମେଣ୍ଟ ପାଇବାପାଇଁ କ’ଣ ଆମେ ନିଜର ଏହି ଦୁର୍ମୂଲ୍ୟ ଜୀବନର ବାଜି ଲଗାଇଦେବା  ଦେବା ଉଚିତ୍? ତେବେ ଏହାର ଅନ୍ୟ ଦିଗ ଦେଖିବାକୁ ଗଲେ ଏହା ଟ୍ରାଫିକ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ସେଥିପାଇଁ ଅନେକ ଜାଗାରେ ଏହି ଚ୍ୟାଲେଞ୍ଜକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ ହେଇଛି। ଆବୁଧାବି ସରକାର ଏହାକୁ ଭାଇରାଲ କରୁଥିବା ଲୋକମାନଙ୍କୁ ଚେତାବନୀ ଦେବା ସହ ବିପଦପୂର୍ଣ୍ଣ ଡ୍ରାଇଭିଂ ପାଇଁ ୨୦୦୦ ଟଙ୍କା ଜୋରିମାନା ରଖିଛନ୍ତି।

ଅପରପକ୍ଷରେ  ଆମେରିକାର ନ୍ୟାସନାଲ ଟ୍ରାନ୍ସପୋଟେସନ୍ ସେଫ୍ଟି ବୋର୍ଡ ନିଜ ଟୁଇଟରେ ଦର୍ଶାଇଛନ୍ତି ଲୋକମାନଙ୍କର ଏହି ବ୍ୟାକୁଳତା ସେମାନଙ୍କ ପାଇଁ ବିପଦ ଆଣିପାରେ। ଭାରତରେ ମଧ୍ୟ ଏହା ଉପରେ ରୋକ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଦିଲ୍ଲୀ, ମୁମ୍ବାଇ ଓ ଉତ୍ତରପ୍ରଦେଶ ପୋଲିସ ଏହି ବିପଦପୂର୍ଣ୍ଣ ନକରିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି।  ଏହି ଉଦ୍ଦେଶ୍ୟରେ ଜୟପୁର ପୋଲିସ ଏକ ଚୁଇଟ୍ ମାଧ୍ୟମରେ ଲୋକମାନଙ୍କୁ ଏହି ନିର୍ବୋଧ କାର୍ଯ୍ୟରୁ ବିରତ ରହିବା ସହ ମୃତ୍ୟୁକୁ ଆହ୍ୱାନ ନକରିବାକୁ ପରାମର୍ଶ ଦେଇଛନ୍ତି।

Comment