ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ସମ୍ପ୍ରତି କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ହେଲେ ଜାଣନ୍ତି କି ସୋନାଲି ପ୍ରେମରେ ଜଣେ ରାଜନେତା ଓ ଆଉ ଜଣେ କ୍ରିକେଟ ତାରକା ପାଗଳ ହୋଇଥିଲେ। ଆସନ୍ତୁ ଜାଣିବା ସେମାନଙ୍କର ଅଧୁରା ପ୍ରେମ କାହାଣୀ ସମ୍ପର୍କରେ…

ନବେ ଦଶକରେ ଯେତେବେଳେ ସୋନାଲି ବେନ୍ଦ୍ରେ ବଲିଉଡରେ ନାୟିକା ଭାବେ ଏଣ୍ଟ୍ରି ନେଲେ, ସେତେବେଳେ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚିତା ହୋଇଥିଲେ ସେ। ତାଙ୍କର ଅନେକ ଦ୍ୱିୱାନା ଥିଲେ। ସେମାନଙ୍କ ଭିତରେ ଦୁଇ ଜଣ ସବୁଠାରୁ ଅଧିକ ଚର୍ଚ୍ଚାରେ। ଏ ଦୁଇ ଜଣଙ୍କ ଭିତରୁ ଜଣେ ବିଶିଷ୍ଟ ରାଜନେତା ଓ ଆଉ ଆରଜଣକ ହେଲେ ଜଣେ ଲୋକପ୍ରିୟ କ୍ରିକେଟ୍‌ ତାରକା।

ଆସନ୍ତୁ ଜାଣିବା ରାଜନେତା ଓ କ୍ରିକେଟ୍‌ ତାରକାଙ୍କ ସହ ସୋନାଲିଙ୍କର ଅଧୁରା ପ୍ରେମ କାହାଣୀ ସମ୍ପର୍କରେ…

କୁର୍ସି ପାଇଁ ସୋନାଲିଙ୍କୁ ଛାଡ଼ିଥିଲେ ରାଜନେତା ରାଜ୍‌ ଠାକ୍‌ରେ

ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକ୍‌ରେ ସେତେବେଳେ ଶିବସେନାରେ ଥିଲେ। ସେ ଏହାର ପ୍ରତିଷ୍ଠାତା ବାଲ୍‌ ଠାକରେଙ୍କ ପୁତୁରା। ରାଜ୍‌ ଠାକ୍‌ରେ ଓ ସୋନାଲି ବେନ୍ଦ୍ରେଙ୍କ ପ୍ରେମ ସମ୍ପର୍କକୁ ନେଇ ନାନା କଥା ଶୁଣିବାକୁ ମିଳେ। ପ୍ରଥମେ ଶୁଣିବାକୁ ମିଳିଥିଲା ଯେ ରାଜ ଠାକ୍‌ରେଙ୍କ ଗର୍ଲ ଫ୍ରେଣ୍ଡ୍ ହୋଇଥିବା ହେତୁ ସୋନାଲି ବେନ୍ଦ୍ରେଙ୍କୁ ବଲିଉଡରେ ସହଜରେ ଏଣ୍ଟ୍ରି ମିଳିଥିଲା।

ରାଜ୍‌ ଠାକ୍‌ରେ ଓ ସୋନାଲି ବେନ୍ଦ୍ରେଙ୍କ ଆଫେଆର୍‌ ସେତେବେଳେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ସେ ସମୟରେ ରାଜ୍‌ ଠାକ୍‌ରେ ଥିଲେ ବିବାହିତ। ହେଲେ ସୋନାଲିଙ୍କ ପାଇଁ ରାଜ୍‌ ତାଙ୍କର ପତ୍ନୀଙ୍କୁ ଛାଡ଼ପତ୍ର ଦେବା ଲାଗି ବି ପ୍ରସ୍ତୁତ ଥିଲେ। ଏ ଖବର ବାଲ୍‌ ଠାକ୍‌ରେଙ୍କ ପାଖରେ ପହଞ୍ଚିଥିଲା। ସେ ରାଜ୍‌ ଠାକ୍‌ରେଙ୍କୁ ବୁଝାଇଲେ ଏଭଳି କରିଲେ ତାଙ୍କର ପାର୍ଟି ଶିବସେନାର ଇମେଜ୍‌ ଖରାପ ହେବ। ତା’ ଛଡ଼ା ସେ ବାଲ୍‌ଠାକରେ ରାଜ୍‌ଙ୍କୁ ଶିବସେନା ମୁଖ୍ୟର କୁର୍ସି ଦେବେ ବୋଲି କହିଥିଲେ। କୁର୍ସି ପାଇବା ଲୋଭରେ ସୋନାଲିଙ୍କ ପ୍ରେମ ଫାଶରୁ ଖସି ଆସିଥିଲେ ରାଜ୍ ଠାକ୍‌ରେ।

ସୋନାଲିଙ୍କ ପ୍ରେମରେ ପଡ଼ିଥିଲେ ପାକିସ୍ତାନ କ୍ରିକେଟର ସୋଏବ ଅଖତର

ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ସୋନାଲି ବେନ୍ଦ୍ରେଙ୍କର ନାଆଁ ଯୋଡ଼ି ହୋଇଥିଲା। ଏହି ପାକିସ୍ତାନୀ କ୍ରିକେଟର ଜଣକ ହେଲେ ସୋଏବ ଅଖତର୍‌। ରାଓଲପିଣ୍ଡି ଏକ୍ସପ୍ରେସ ନାଆଁରେ ବିଖ୍ୟାତ ଏହି କ୍ରିକେଟର ସୋନାଲି ବେନ୍ଦ୍ରେଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ। ସୋଏବ ଅଖତର ସୋନାଲିଙ୍କୁ ଏତେ ଭଲ ପାଉଥଇଲେ ଯେ ସବୁବେଳେ ନିଜ ପର୍ସରେ ସୋନାଲିଙ୍କ ଫଟୋ ମଧ୍ୟ ରଖୁଥିଲେ। ସୋଏବ୍‌ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ଭାରତକୁ ଥରେ କ୍ରିକେଟ୍ ମ୍ୟାଚ୍ ପାଇଁ ଆସିଥିବା ବେଳେ ସୋନାଲି ବେନ୍ଦ୍ରେଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ପ୍ରଥମ ଦେଖାରେ ହିଁ ସୋଏବ୍‌ଙ୍କୁ ସୋନାଲି ପସନ୍ଦ ଆସିଥିଲେ।

ତେବେ ଏହା ଏକତରଫା ପ୍ରେମ ଥିଲା ବୋଲି କୁହାଗଲା ସୋନାଲିଙ୍କ ସମ୍ପର୍କରେ ଥରେ ସୋଏବ ଅଖତର ଏକ ପ୍ରତିକ୍ରିୟାରେ କହିଥିଲେ ଯେ ସୋନାଲି ତାଙ୍କର ପ୍ରସ୍ତାବ ସ୍ୱୀକାର ନ କରନ୍ତି, ତେବେ ସେ ତାଙ୍କୁ କିଡନାପ୍‌ କରି ନେଇଯିବେ।

ସୋନାଲି ଓ ସୋଏବ ଅଖତରଙ୍କର ଦ୍ୱିତୀୟଥର କେବେ ବି ସାକ୍ଷାତ ହୋଇନଥିଲା। ସୋନାଲି ୨୦୦୨ରେ ନିର୍ଦ୍ଦେଶକ ଗୋଲଡି ବହଲଙ୍କୁ ବିବାହ କରିଥିଲେ। ଅପରପକ୍ଷରେ ସୋଏବ ଅଖତର ୨୦୧୪ରେ ପାକିସ୍ତାନୀ ଯୁବତୀ ରୁବାବଙ୍କୁ ବାହା ହୋଇଥିଲେ। ପରେ ଏକ ସାକ୍ଷାତକାରରେ ସୋନାଲି ବେନ୍ଦ୍ରେ କହିଥିଲେ ଯେ ସେ ସୋଏବ୍‌ ଅଖତରଙ୍କୁ ଚିହ୍ନି ନାହାନ୍ତି। ତେବେ ସେ ଯାହା ହେଉନା କାହିଁକି ସୋଏବ- ସୋନାଲିଙ୍କ ଅଧୁରା ପ୍ରେମ କାହାଣୀ ଆଜି ବି ଲୋକଙ୍କ ମନରୁ ଯାଇନାହିଁ।

Comment