ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍ସୁପରଷ୍ଟାର୍କମଲ ହାସନଙ୍କ ବହୁ ପ୍ରତୀକ୍ଷିତ ସିନେମାବିଶ୍ୱରୂପମ୍ବିଷୟରେ ଆସନ୍ତୁ ଜାଣିବା  କିଛି ରୋଚକ ତଥ୍ୟ

ସାଉଥର ପପୁଲାର ଆକ୍ଟର କମଲ ହାସନଙ୍କ ‘ବିଶ୍ୱରୂପମ୍‌-୨’ ରିଲିଜ୍‌ ହୋ‍ଇଛି ଏଇ ଅଗଷ୍ଟ ମାସ ୧୦ ତାରିଖରେ। ଏହା ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଛି ଓ ତେଲୁଗୁରେ ତାକୁ ଡବ୍‌ କରାଯାଇଛି। ହିନ୍ଦୀରେ ଏହାର ଟାଇଟଲ୍‌ ରହିଛି ‘ବିଶ୍ୱରୂପ-୨’।

ଏହି ସିନେମାର ପ୍ରଯୋଜନା କରିଛନ୍ତି କମଲ ହାସନ, ଚନ୍ଦ୍ରାହାସନ୍ ଓ ଭି ରବିଚନ୍ଦ୍ରନ୍। ହିନ୍ଦୀ ଭର୍ସନର ପ୍ରଯୋଜିକା ହେଲେ ଶୋଭା କପୁର ଏବଂ ଏକତା କପୁର। କମଲ ହାସନ୍ ଏହାର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି।

ଷ୍ଟାର୍କାଷ୍ଟ

‘ବିଶ୍ୱରୂପମ୍‌-୨’ରେ କମଲ ହାସନ୍, ରାହୁଲ ବୋଷ୍, ପୂଜା କୁମାର, ଆଣ୍ଡି ଜେରେମିଦଆ, ଶେଖର କପୁର, ୱାହିଦା ରହମନ୍‌, ଜୟଦୀପ୍‌ ଆହଲୱତ୍, ରୁସେଲ୍‌, ଜିଓ ଫିଏରି ବ୍ୟାଙ୍କ୍ସ, ମିର୍‌ ସରୱାର୍‌, ଦୀପକ ଜେଠୀ ଓ ଅନନ୍ତ ମହାଦେବନ୍ ପ୍ରମୁଖ ନଜର ଆସିବେ।

ୱାହିଦା ରହମାନ୍ ଶେଖର କପୁରଙ୍କ ପ୍ରତ୍ୟାବର୍ତ୍ତନ

ଷାଠିଏ ଓ ସତୁରି ଦଶକର ଲୋକପ୍ରିୟ ନାୟିକା ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ୱାହିଦା ରହମାନ୍‌ ଅନେକ ବର୍ଷ ପରେ ପରଦାକୁ ଫେରିଛନ୍ତି। ସେ ‘ବିଶ୍ୱରୂପମ୍‌-୨’ରେ ନାୟକ କମଲ ହାସନଙ୍କ ମାଆ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାର କଥାବସ୍ତୁ ମାଆ-ପୁଅର କାହାଣୀ ଉପରେ ଆଧାରିତ। ଏଥିରେ କମଲ ହାସନଙ୍କ ନାଁ ହେଲା ବିଶ୍ୱନାଥ। ତାଙ୍କୁ ର ଏଜେଣ୍ଟ ମେଜର୍‌ ୱିସାମ୍‌ ଅହମଦ୍‌ କାଶ୍ମିରୀ ଭୂମିକାରେ ବି ଦେଖିବାକୁ ମିଳିବ।

ୱାହିଦା ରହମାନ ଅଭିନୟ ଜଗତରୁ ସନ୍ନ୍ୟାସ ନେଇ ସାରିଥିଲେ। ହେଲେ କମଲ ହାସନଙ୍କ ବାରମ୍ବାର ଅନୁରୋଧକୁ ଏଡ଼ାଇ ନ ପାରି ଏଥିରେ ଅଭିନୟ କରିବାକୁ ସମ୍ମତି ଜଣାଇଥିଲେ। ସେ ଏହାକୁ ନେଇ ଖୁସି ଜାହିର କରିଛନ୍ତି। ଠିକ୍ ସେହିପରି ପ୍ରଖ୍ୟାତ ନିର୍ଦ୍ଦେଶକ ଶେଖର କପୁର ବି ଏହି ସିନେମାରେ ପୁଣି ଅଭିନୟ କରି ଫେରିଛନ୍ତି ପରଦାକୁ।

ବାରମ୍ବାର ବଦଳିଛି ରିଲିଜ୍ତାରିଖ

‘ବିଶ୍ୱରୂପମ୍‌-୨’ ହେଉଛି ‘ବିଶ୍ୱରୂପମ୍’ର ସିକ୍ୱେଲ୍‌। ଏହି ଫିଲ୍ମକୁ ୨୦୧୩ରେ ରିଲିଜ୍‌ କରାଯିବାର ହିଁ ଯୋଜନା ଥିଲା। ହେଲେ ଏହାପରେ ଏହାର କାମରେ ବିଳମ୍ବ ହୋ‍ଇଥିଲା।

ଏପ୍ରିଲ ୨୦୧୭ରେ ‘ବିଶ୍ୱରୂପମ୍-୨’ କାମରେ ପୁଣି ମନ ଦେଇଥିଲେ କମଲ। ଗତବର୍ଷ ତାହା ରିଲିଜ୍‌ ହେବାର ଥିଲା, କିନ୍ତୁ ତାହା ସମ୍ଭବ ହେଲାନି। ୨୦୧୭ ମଇ ୨ ତାରିଖରେ ଏହାର ଫାର୍ଷ୍ଟଲୁକ୍‌ ରିଲିଜ୍‌ ହୋଇଥିଲା।

୨୦୧୮ ଜୁନ୍‌ ୧୧ ତାରିଖରେ ‘ବିଶ୍ୱରୂପମ୍‌-୨’ର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ସେହି ସମୟରେ କୁହାଗଲା ଯେ ଏହା ୨୦୧୮ ଅଗଷ୍ଟ ୧୦ ତାରିଖରେ ରିଲିଜ୍‌ ହେବ।

‘ବିଶ୍ୱରୂପମ୍’ ସୁଟିଂ ବେଳେ ସିକ୍ୱେଲର ଚାଳିଶି ଭାଗ ସୁଟିଂ ସରିଥିଲା। କମଲ ହାସନ୍‌ କହିଛନ୍ତି ଯେ ଯେତେବେଳେ ସେ ‘ବିଶ୍ୱରୂପମ୍’ର ସୁଟିଂ କରୁଥିଲେ, ସେତେବେଳେ ହିଁ ତା’ର ସିକ୍ୱେଲର ୪୦ ଭାଗ ସୁଟିଂ କରିସାରିଥିଲେ। କାରଣ ସିକ୍ୱେଲକୁ ପ୍ରଥମ ଭାଗ ରିଲିଜ୍‌ ହେବାର କିଛି ମାସ ପରେ ରିଲିଜ୍‌ ହେବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେ। ‘ବିଶ୍ୱରୂପମ୍‌-୨’ର ସୁଟିଂ ଆଇଲାଣ୍ଡ ଓ ଚେନ୍ନାଇରେ କରିଛନ୍ତି।

ଚର୍ଚ୍ଚାରେ ରହିଛି ଏହି ସିନେମା ଗୀତ

‘ବିଶ୍ୱରୂପମ୍‌-୨’ରେ ତିନିଟି ଗୀତ ରହିଛି। ଏଥିରେ କଣ୍ଠଦାନ କରିଛନ୍ତି କମଲ ହାସନ, କୌଶିକୀ ଚକ୍ରବର୍ତ୍ତୀ, ମାଷ୍ଟର କାର୍ତ୍ତିକ, ସୁରେଶ ଆୟାର, ଅରବିନ୍ଦ ଶ୍ରୀନିବାସ, ଶରତ ସନ୍ତୋଷ, ସତ୍ୟପ୍ରକାଶ ଓ ଆଣ୍ଡିଆ ଜେରେମିଆ। ହିନ୍ଦୀ ଭର୍ସନର ଗୀତଗୁଡ଼ିକ ଲେଖିଛନ୍ତି ପ୍ରସୁନ୍‌ ଯୋଶୀ ଓ ଅନୀଭର୍ସନର ଗୀତିକାର ହେଲେ କମଲ ହାସନ ଓ ବୈରାମୁଥୁ।

Comment