ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସୁପରଷ୍ଟାର ସଲମାନ୍ଖାନ୍ଙ୍କ ସହ କାମ କରି କେତେଜଣ ନାୟିକା ଏବେ ଅନୁତାପ କରୁଛନ୍ତି ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

ଭୂମିକା ଚାୱଲା

ଭୂମିକା ଚାୱଲା ସାଉଥର ଜଣେ ଟପ୍‌ ହିରୋଇନ୍‌। ତା’ ଛଡ଼ା ସେ ବଲିଉଡରେ କେତୋଟି ହାତଗଣତି ଫିଲ୍ମରେ ବି ଅଭିନୟ କରିଛନ୍ତି। ସଲମାନ୍‌ ଖାନଙ୍କ ବିପକ୍ଷରେ ‘ତେରେ ନାମ୍’ ଫିଲ୍ମରେ ବ୍ରେକ୍‌ ପାଇଥିଲେ ଭୂମିକା ଚାୱଲା।

ସତୀଶ କୌଶିକଙ୍କ ନିର୍ଦ୍ଦେଶିତ ‘ତେରେ ନାମ୍’ ସୁପରହିଟ୍ ବି ହୋଇଥିଲା। ହେଲେ ଏହାର ସବୁ କ୍ରେଡିଟ୍ ମାରି ନେଇଥିଲେ ସଲମାନ୍‌। ଭୂମିକା ଜଣେ ନବାଗତା ହୋଇଥିବା ହେତୁ ତାଙ୍କର ଚର୍ଚ୍ଚା ହୋ‍ଇନଥିଲା।

ପରେ ଭୂମିକା କହିଥିଲେ ଯେ ସଲମାନଙ୍କ ଭଳି ସୁପରଷ୍ଟାରଙ୍କ ସହ ଡେବ୍ୟୁ କରିବା ତାଙ୍କର ଭୁଲ୍ ଥିଲା। ସଲମାନ୍‌ ତାଙ୍କୁ ଅନ୍ୟ କୌଣସି ଫିଲ୍ମରେ ଆକ୍ଟିଙ୍ଗ ପାଇଁ ଅଫର ଦେଲେ ନାହିଁ କି ତାଙ୍କୁ ଭଲ ବ୍ୟାନରର ସିନେମା ବି ମିଳିଲାନି ବଲିଉଡରେ। ଯଦି ସେ ଜଣେ ଅନ୍ୟ ହିରୋଙ୍କ ସହ ବଲିଉଡରେ ଏଣ୍ଟ୍ରି ନେଇଥା’ନ୍ତେ, ତେବେ ହୁଏତ ତାଙ୍କ କ୍ୟାରିଅର୍‌ ଭିନ୍ନ ମୋଡ଼ ନେଇଥାନ୍ତା।

ଜରୀନ୍ଖାନ୍

ଅନୀଲ ଶର୍ମାଙ୍କ ଫିଲ୍ମ ‘ବୀର୍’ରେ ସଲମାନ୍‌ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ ଜରୀନ୍ ଖାନ୍‌। ଜରୀନ୍‌ ସଲମାନଙ୍କ ସହିତ ଡେବ୍ୟୁ କରିବାକୁ ନେଇ ଖୁବ୍‌ ଉତ୍ସାହିତ ଥିଲେ, କିନ୍ତୁ ପରେ ପଶ୍ଚାତାପ କରିଥିଲେ।

ସେ କହନ୍ତି ଯେ ସଲମାନ୍‌ ଖାନ୍‌ ତାଙ୍କୁ କେବଳ କାଟ୍ରିନା କୈଫ୍‌ଙ୍କ ହମ୍‌ସକଲ୍‌ ଭାବେ ଦେଖିଥିଲେ। କିନ୍ତୁ ସିନେମାରେ ସେଭଳି ପ୍ରାଧାନ୍ୟ ଦିଆଯାଇନଥିଲା। ଯଦି ପ୍ରକୃତରେ ସେ ତାଙ୍କୁ ବଲିଉଡରେ ପ୍ରତିଷ୍ଠିତ କରିବାକୁ ଚାହୁଁଥା’ନ୍ତେ, ତେବେ କାଟ୍ରିନାଙ୍କ ଭଳି ଲଗାତାର ନିଜ ଅଭିନୀତ ସିନେମାରେ ନେଇଥାଆନ୍ତେ। କିନ୍ତୁ ସେମିତି କିଛି କରିଲେଣି। ପରିଣାମସ୍ୱରୂପ ଆଜି ତାଙ୍କ ହାତରେ କିଛି ବି କାମ ନାହିଁ।

ମାହି ଗିଲ୍‌

ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ଫିଲ୍ମରେ କାମ କରିବାକୁ ବଲିଉଡରେ ବହୁ ଅଭିନେତ୍ରୀ ଉତ୍କଣ୍ଠିତ। ସେମାନଙ୍କ ଭିତରୁ ଅଳ୍ପ କେତେଜଣ ସଲମାନଙ୍କ ଫିଲ୍ମରେ ଛୋଟିଆ ରୋଲ୍‌ କରିବାକୁ ବି ପ୍ରସ୍ତୁତ ହୋଇଯାଆନ୍ତି।

ଏହିପରି ଜଣେ ଅଭିନେତ୍ରୀ ହେଲେ ମାହିପିଲ୍‌, ଅଭିନେତ୍ରୀ ମାହି ଗିଲ୍‌ ସଲମାନ୍‌ ଖାନ୍‌ଙ୍କ ସହିତ ‘ଦବଙ୍ଗ’ରେ କାମ କରିଥିଲେ। ଏହାକୁ ନିଜର ମସ୍ତବଡ଼ ଭୁଲ୍ ବୋଲି କହିଛନ୍ତି ମାହି।

ମାହି କହିଛନ୍ତି ଯେ ଫିଲ୍ମ ‘ଦେବ୍‌ ଡି’ରେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଥିଲା। କେତେକ ପୁରସ୍କାର ବି ମିଳିଥିଲା ତାଙ୍କୁ। କିନ୍ତୁ ‘ଦବଙ୍ଗ’ରେ କାମ କରିବା ପରେ କଥାଟା ଓଲଟି ଗଲା। ତା’ପରେ ନିର୍ମାତାମାନେ ତାଙ୍କୁ ଛୋଟ ରୋଲ୍‌ ଅଫର୍‌ କରିବାକୁ ଲାଗିଲେ। ସେ କହିଛନ୍ତି ଯେ ଏହାପରେ ତାଙ୍କର କ୍ୟାରିଅର୍‌ ଏକ ପ୍ରକାରର ଅଟକି ଯାଇଥିଲା।

ମାହି କହିଛନ୍ତି ଯେ ନିର୍ଦ୍ଦେଶକ ତିଗ୍‌ମାଂଶୁ ଧୂଲିଆ ତାଙ୍କୁ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟାର-୩’ରେ ଲିଡ୍ ରୋଲ୍‌ ଦେଇ ମୁଖ୍ୟ ସ୍ରୋତକୁ ଫେରାଇ ଆଣିଛନ୍ତି।

Comment